ଜାତୀୟ ତୀରନ୍ଦାଜୀ ଉଦ୍‌ଯାପିତ: ଇଣ୍ତିଆନ୍‌ ରାଉଣ୍ତରେ ଝାଡ଼ଖଣ୍ତ ଯୁଗଳ ବିଜେତା

କଟକ: ବରାବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ଇଣ୍ତିଆନ୍‌ ରାଉଣ୍ତରେ ଝାଡ଼ଖଣ୍ତ ଦଳଗତ ବିଜେତା ହୋଇଛି। ଦଳଗତ ପର୍ଯ୍ୟାୟର ମହିଳା ବିଭାଗରେ ଝାଡ଼ଖଣ୍ତ ୩ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ପାଇଥିଲା ବେଳେ ମଣିପୁର ୫ ପଏଣ୍ଟ ସହ ରୌପ୍ୟ ଓ ଏଆଇପିଏସ୍‌ସିବି ୬ ପଏଣ୍ଟ ସହ କା˚ସ୍ୟ ପଦକ ପାଇଛି। ସେହିପରି ପୁରୁଷ ବିଭାଗରେ ଝାଡ଼ଖଣ୍ତ ୪, ୨୮ ପଏଣ୍ଟରେ ସ୍ବର୍ଣ୍ଣ, ଅରୁଣାଚଳ ପ୍ରଦେଶ ୪, ୨୭ ପଏଣ୍ଟରେ ରୌପ୍ୟ ଏବ˚ ଉତ୍ତରପ୍ରଦେଶ ୬ ପଏଣ୍ଟ ସହ କା˚ସ୍ୟ ପଦକ ଜିତିଛି। ମିଶ୍ରିତ ଦଳଗତରେ ଝାଡ଼ଖଣ୍ତର ଜାଗରଣ ନାଥ ଗଗରାଇ ଓ ଦୀପ୍ତି କୁମାରୀଙ୍କ ଯୋଡ଼ି ୫ ପଏଣ୍ଟରେ ସ୍ବର୍ଣ୍ଣ, ଏଆଇପିଏସ୍‌ସିବିର ଝୋଖୋଟୋ ଡେମୋ ଓ ପଲ୍ଲବୀ ଦାସଙ୍କ ଯୋଡ଼ି ୩ ପଏଣ୍ଟରେ ରୌପ୍ୟ ଏବ˚ ମଣିପୁରର ଇଶାକ ସିନେଟ ଲାଲଚୁଓଲୋଭା ଓ ସୋନିଆ ଦେବୀଙ୍କ ଯୋଡ଼ି ୪, ୨୦ ପଏଣ୍ଟରେ କା˚ସ୍ୟ ପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଏକକ ପର୍ଯ୍ୟାୟରେ ଇଣ୍ତିଆନ୍‌ ରାଉଣ୍ତ ଅଲିମ୍ପିକ୍‌ ପର୍ଯ୍ୟାୟର ମହିଳା ବିଭାଗରେ ମଣିପୁରର ମାଲେଶ୍ବରୀ ଦେବୀ (୬ ପଏଣ୍ଟ୍‌) ସ୍ବର୍ଣ୍ଣ, ଆସାମର ପଲ୍ଲବୀ ବୋରୋ (୪ ପଏଣ୍ଟ) ରୌପ୍ୟ ଏବ˚ ଏଆଇପିଏସ୍‌ସିବିର ପଲ୍ଲବୀ ଦାସ (୬ ପଏଣ୍ଟ) କା˚ସ୍ୟ ପଦକ ଜିତିଛନ୍ତି। ସେହିପରି ପୁରୁଷ ଅଲିମ୍ପିକ୍‌ରେ ମହାରାଷ୍ଟ୍ରର ଅକ୍ଷୟ ଟେଟେ ୬ ପଏଣ୍ଟ, ମଣିପୁରର ଥିଙ୍ଗୁଜାମ୍‌ ଲାଙ୍ଗମ୍ବା ମେଇଟି ୨ ପଏଣ୍ଟ, ମହାରାଷ୍ଟ୍ରର ଗୌରବ ଚନ୍ଦନେ ୬ ପଏଣ୍ଟ ପାଇ ଯଥାକ୍ରମେ ଶ୍ରେଷ୍ଠ ତିନିଜଣଙ୍କ ମଧ୍ୟରେ ରହିଥିଲେ। ଆୟୋଜିତ ଉଦ୍‌ଯାପନୀ ସମାରୋହରେ ପୁଲିସ୍‌ କମିସନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦକ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା, ଏନ୍‌ଟିପିସିର ଜିଏମ୍‌ ସେବେଷ୍ଟ୍ରିଆନ୍‌ ଜୋସେଫ, ସେଣ୍ଟ ଜାଭିୟର୍ସ ଗ୍ରୁପ୍‌ ନିର୍ଦ୍ଦେଶକ ଡକ୍ଟର ପ୍ରଭୂଚରଣ ମହାନ୍ତି, ରାଜ୍ୟ ତୀରନ୍ଦାଜୀ ସ˚ଘ ଉପ ସଭାପତି ରବି ପଟ୍ଟନାୟକ, ଶ୍ରୀଧର ଦାସ, ସରୋଜ ସି˚ହ, ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ, ଭଦ୍ରକ ତୀରନ୍ଦାଜୀ ସ˚ଘ ସଭାପତି ଅକ୍ଷୟ ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର