ସର୍ବଭାରତୀୟ ବେସାମରିକ ଦୌଡ଼କୁଦ, ଓଡ଼ିଶାକୁ ୨ ପଦକ

ଭୁବନେଶ୍ବର: ଛତିଶଗଡ଼ର କୋଟା ରାୟପୁରଠାରେ ଚାଲିଥିବା ସର୍ବଭାରତୀୟ‌ ବେସାମରିକ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ମଣ୍ଡଳ ଡାକ ବିଭାଗର ୨ ଜଣ ପଦକ ଜିତିବାରେ ସଫଳ ହୋଇଛନ୍ତି। ଖ୍ୟାତନାମା ହାମର ଫିଙ୍ଗାଳି ମଳୟ ରଂଜନ ପତି ୪୮.୭୮ ମିଟର ଦୂରକୁ ଫିଙ୍ଗି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଲଙ୍ଗ୍ ଜମ୍ପ୍‌ରେ ରେଣୁବାଳା ମହାନ୍ତ ୫.୦୪ ମିଟର ଲମ୍ଫ ମାରି କାଂସ୍ୟ ପଦକ ଜିତିଛନ୍ତି। ୬ ଜଣିଆ ଡାକ ମଣ୍ଡଳ ଦଳରୁ ଜିତେନ୍ଦ୍ର କୁମାର ଧର, ରାକେଶ କୁମାର, ଧର୍ମେନ୍ଦ୍ର ମହାନ୍ତ, ମାର୍କଣ୍ଡ ରେଡ୍ଡୀ (ସିନିଆର ଅଡିଟର, ଏଜି) ପ୍ରମୁଖ ମଧ୍ୟ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର