ଜାତୀୟ ବ୍ୟାଡ୍‌ମିଣ୍ଟନ:ସେମିରେ ହାରିଲେ ଋତୁପର୍ଣ୍ଣା

ନାଗପୁର: ପିଭି ସିନ୍ଧୁ ଓ ସାଇନା ନେହ୍ଵାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଓ ଏଚ୍‌ଏସ୍‌ ପ୍ରଣୟ ଏଠାରେ ଚାଲିଥିବା ୮୨ତମ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗ ଫାଇନାଲ୍‌ରେ ମୁହାଁମୁହିଁ ହେବେ। ମହିଳା ଯୁଗଳରେ କିନ୍ତୁ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡାଙ୍କ ଅଭିଯାନ ସେମିଫାଇନାଲ୍‌ରୁ ଶେଷ ହୋଇଯାଇଛି। ୟୁକେ ମିଥୁଲାଙ୍କୁ ସାଥୀ କରି ଖେଳିଥିବା ଋତୁପର୍ଣ୍ଣା ମଙ୍ଗଳବାର ସେମିରେ ଲଢ଼େଇ କରିବା ସତ୍ତ୍ୱେ ୨୧-୧୮, ୧୨-୨୧ ଓ ୧୬-୨୧ରେ ସାନ୍ୟୋଗୀତା ଘୋରପଡେ ଓ ପ୍ରଯକ୍ତା ସାଓ୍ଵନ୍ତ ଯୋଡ଼ି ନିକଟରୁ ହାରି ବିଦାୟ ନେଲେ।

ସମ୍ବନ୍ଧିତ ଖବର