ଜାତୀୟ ବେସ୍‌ବଲ୍‌: ଓଡ଼ିଶା ବାଳିକା ଉପବିଜେତା

କଟକ: ଇନ୍ଦୋରରେ ଶେଷ ହୋଇଥିବା ୩୩ତମ ଜାତୀୟ ବରିଷ୍ଠ ବେସ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ଉପବିଜେତା ହୋଇଛି। ଓଡ଼ିଶା ଗୁରୁବାର ଫାଇନାଲ୍‌ରେ ଦିଲ୍ଲୀଠୁ ୨-୬ ରନ୍‌ରେ ପରାସ୍ତ ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାକୁ ଉପବିଜେତା ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଭାରତୀୟ ପେସାଦାର ବେସ୍‌ବଲ୍‌ ମହାସ˚ଘର ସଭାପତି ପଙ୍କଜ ଲୋଚନ ମହାନ୍ତି, ମଧ୍ୟପ୍ରଦେଶ ବେସ୍‌ବଲ ସ˚ଘ ସମ୍ପାଦକ ଯଶରାଜ ମେହେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର