ଜାତୀୟ ଦୃଷ୍ଟିହୀନ କ୍ରିକେଟ୍‌:ଓଡ଼ିଶା ପରାସ୍ତ

ଭୁବନେଶ୍ୱର: ମହାରାଷ୍ଟ୍ରର ମୁମ୍ବାଇଠାରେ ସୋମବାରଠାରୁ ଆରମ୍ଭ ହୋଇଛି ଜାତୀୟ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ କ୍ରିକେଟ୍‌। ଚାରିଟି ଜୋନର ଶ୍ରେଷ୍ଠ ୮ ଦଳକୁ ନେଇ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ଓଡ଼ିଶା ପରାସ୍ତ ହୋଇଛି। ସୋମବାର ମ୍ୟାଚ୍‌ରେ ଗୁଜରାଟ ୮ ଓ୍ଵିକେଟ୍‌ରେ ଓଡ଼ିଶାକୁ ହରାଇ ଦେଇଛି। ମୁମ୍ବାଇର ଇସଲାମ ଜିମ୍‌ଖାନ୍ନା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୫୧ ରନ୍‌ କରିଥିଲା। ରାଜ୍ୟ ଦଳ ପକ୍ଷରୁ ନକୁଳ ବଡ଼ନାୟକ ସର୍ବାଧିକ ୬୩* ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଖରାମ ମାଝୀ ୧୪, ଜାଫର ଇକବାଲ ୧୪ ଏବଂ ପଙ୍କଜ ଭୂଏ ୧୧ ରନ୍‌ କରିଥିଲେ। ଜବାବରେ ଗୁଜରାଟ ୧୬.୪ ଓଭରରେ ମାତ୍ର ୨ ଓ୍ଵିକେଟ୍‌ ହରାଇ ୧୫୨ ରନ୍‌ କରି ବିଜୟୀ ହୋଇଥିଲା। ଓଡ଼ିଶା ତା’ର ପରବର୍ତୀ ମ୍ୟାଚ୍‌ରେ ମଙ୍ଗଳବାର କର୍ଣ୍ଣାଟକକୁ ଭେଟିବ। ଅନ୍ୟ ମ୍ୟାଚରେ ମହାରାଷ୍ଟ୍ରକୁ ଆନ୍ଧ୍ରପ୍ରଦେଶ, ହରିଆଣାକୁ ବେଙ୍ଗଲ, ଏବଂ ଉତ୍ତର ପ୍ରଦେଶକୁ କର୍ଣ୍ଣାଟକ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର