ଜାତୀୟ ବାଳକ ହକି: କ୍ବାର୍ଟରରେ ଗାଙ୍ଗ୍‌ପୁର-ଓଡ଼ିଶା

ଭୁବନେଶ୍ବର: ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ଚାଲିଥିବା ନବମ ଜାତୀୟ ବାଳକ (ଉପକନିଷ୍ଠ) ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ଶୁକ୍ରବାର ଗାଙ୍ଗ୍‌ପୁର-ଓଡ଼ିଶା ଦଳ ବିଜୟ ହାସଲ କରି କ୍ବାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛି। ପୁଲ୍‌-ସି’ରେ ପୂର୍ବ ମ୍ୟାଚ୍‌ରେ ଉତ୍ତର ପ୍ରଦେଶ ସହ ପଏଣ୍ଟ୍‌ ବାଣ୍ଟିଥିବା ଗାଙ୍ଗ୍‌ପୁର ଦଳ ଶୁକ୍ରବାର ୧-୦ ଗୋଲ୍‌ରେ କର୍ଣ୍ଣାଟକକୁ ପରାସ୍ତ କରିଦେଇଛି। ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ପୂରଣ କେର୍କେଟା ୫୯ ମିନିଟ୍‌ରେ କରିଥିଲେ। ଏହି ବିଜୟ ସହ ଗାଙ୍ଗ୍‌ପୁର ଦଳ ମଧ୍ୟ ପୁଲ୍‌ ପର୍ଯ୍ୟୟରେ ଉତ୍ତର ପ୍ରଦେଶ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି। ଉଭୟ ଦଳ ସମାନ ୮ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ଗୋଲ୍‌ ବ୍ୟବଧାନରେ ଗାଙ୍ଗ୍‌ପୁର ଦଳ ପଛରେ ପଡ଼ିଯାଇଛି। ଶୁକ୍ରବାର ଉତ୍ତର ପ୍ରଦେଶ ୩-୦ ଗୋଲ୍‌ରେ ଦିଲ୍ଲୀକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର