କଟକ/ଭୁବନେଶ୍ୱର: ଆସନ୍ତା ୧୦ରୁ ୨୧ ତାରିଖ ପର୍ଯ୍ୟନ୍ତ ହରିଆଣାର ହିସାରରେ ଜାତୀୟ ଉପ କନିଷ୍ଠ ହକି ପ୍ରତିଯୋଗିତା ଆୟୋଜିତ ହେବ। ଏଥିପାଇଁ ନିମାବତି ସିଂହଙ୍କ ନେତୃତ୍ୱରେ ୧୮ ଜଣିଆ ଓଡ଼ିଶା ଦଳର ଘୋଷଣା ହୋଇଛି। ପାନ୍ପୋସ୍ ରାଜ୍ୟ କ୍ରୀଡ଼ା ଛାତ୍ରାବାସଠାରେ ଶେଷ ହୋଇଥିବା ପ୍ରଶିକ୍ଷଣ ଶିବିରରୁ ଉକ୍ତ ଖେଳାଳିମାନଙ୍କୁ ଚୟନ କରାଯାଇଛି। ଓଡ଼ିଶା ଦଳ ସହିତ ରେଶ୍ମା ଲାକ୍ରା ପ୍ରଶିକ୍ଷକ ଓ ଶାଲି ସୁମନ ସ୍ୱାଇଁ ପ୍ରବନ୍ଧକ ଭାବେ ରହିବେ। ପ୍ରତିଯୋଗିତାରେ ଓଡ଼ିଶା ଗ୍ରୁପ୍ ଡି’ରେ ଚଣ୍ଡିଗଡ଼, ସାଇ, ବିହାର ଓ ଭୋପାଳ ଦଳ ସହିତ ସ୍ଥାନ ପାଇଛି। ୧୧ ତାରିଖରେ ଓଡ଼ିଶା ପ୍ରଥମ ମ୍ୟାଚରେ ସାଇ, ୧୩ରେ ଭୋପାଳ, ୧୪ରେ ଚଣ୍ଡିଗଡ଼ ଓ ୧୬ରେ ବିହାର ସହିତ ମ୍ୟାଚ ଖେଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ଦଳ: ନିମବତୀ ସିଂହ, ସୁନେଲି ଓରାମ, ନେହା ଲାକ୍ରା, ମମତା କିଣ୍ଡୋ, ମେରି କନ୍ଦୁଲାନା, ବବିତା କୁଜୁର, ଆରତି ବିଲୁଙ୍ଗ, ନିତୁ ଲାକ୍ରା, ମନିଷା ବେକ୍, ନାମ୍ସି ଜାରିକା, ରଶ୍ମି କିଶାନ, ଜେଲିନ୍ ସୋରେଙ୍ଗ, ଦିପିମୋନିକା ଟପ୍ପୋ, ଲକ୍ଷ୍ମୀ ଚିକ୍, ସୁମନ ହେମ୍ବ୍ରମ୍, ଅସିମା ରାଉତ, ପ୍ରିୟା ଟପ୍ପୋ, ସୁସ୍ମିତା ଗନ୍ଧା।
ଏହି ପ୍ରତିଯୋଗିତା ଲାଗି ଶନିବାର ୧୭ ଜଣିଆ ହକି ଗାଙ୍ଗପୁର ଓଡ଼ିଶା ଦଳ ମଧ୍ୟ ଘୋଷିତ ହୋଇଛି। ଜ୍ୟୋତି ଛତ୍ରୀ ଦଳର ଅଧିନାୟିକା ଥିଲା ବେଳେ ଫିଲିସିଆ ଟପ୍ପୋ ଉପ ଅଧିନାୟିକା ଅଛନ୍ତି। ସୁରଜ କେର୍କେଟା ପ୍ରବନ୍ଧକ ଏବଂ ଫ୍ଲୋରେନ୍ସିଆ ଏକ୍କା ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଦଳ ରବିବାର ସକାଳେ ହିସାର ଅଭିମୁଖେ ଯାତ୍ରା କରିବାର ଅଛି। ଗାଙ୍ଗପୁର ଓଡ଼ିଶା ପୁଲ୍-ସିରେ ସ୍ଥାନ ପାଇଛି। ଅନ୍ୟ ପକ୍ଷରେ ହକି ଓଡ଼ିଶା ପୁଲ-ଡି’ରେ ସ୍ଥାନ ପାଇଛି। ଗାଙ୍ଗପୁର ଓଡ଼ିଶା ୧୦ ତାରିଖରେ ହକି ଆନ୍ଧ୍ରପ୍ରଦେଶ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଦଳ: ଜ୍ୟୋତି ଛତ୍ରୀ (ଅଧିନାୟିକା), ଫିଲିସିଆ ଟପ୍ପୋ (ଉପ ଅଧିନାୟିକା), ମାଧୁରୀ କିଣ୍ଡୋ, ସୋନିଆ କୁମାରୀ ଟପ୍ନୋ, ନିକିତା ଟପ୍ନୋ, ପ୍ରତିଭା ଏକ୍କା, ମମିତା ଓରାମ, ଅସିମା ମିଞ୍ଜ, ସୁସ୍ମିତା କେର୍କେଟା, ସୁନିତା ଖାକା, ସାଇନାଜ ଖାତୁନ, ସୁକ୍ତା ଜୋଜୋ, ଆଞ୍ଜେଲା ଟପ୍ପୋ,ଆରତି ଖାଲକୋ, ମନୀଷା ଓରାମ, ଜ୍ୟୋତ୍ସା ରୋହିଦାସ, ଆତିନ ଟପ୍ନୋ, ଚାନ୍ଦିନୀ ନାୟକ। ସୁରଜ କେର୍କେଟା (ପ୍ରବନ୍ଧକ), ଫ୍ଲୋରେନ୍ସିଆ ଏକ୍କା (ପ୍ରଶିକ୍ଷକ)।