ଜାତୀୟ ବାଳକ ହକି: ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ବର ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ଚାଲିଥିବା ନବମ ଜାତୀୟ ବାଳକ (ଉପକନିଷ୍ଠ) ହକି ପ୍ରତିଯୋଗିତା (ଡିଭିଜନ୍‌-ଏ)ରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ପୁଲ୍‌-ଡି’ରେ ସାମିଲ ଥିବା ଓଡ଼ିଶା ଦଳ ମଙ୍ଗଳବାର ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ୧-୦ ଗୋଲ୍‌ରେ ପଞ୍ଜାବ ଓ ସିନ୍ଦ୍‌ ବ୍ୟାଙ୍କ୍‌କୁ ପରାସ୍ତ କରିଦେଇଛି। ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ୨୩ ମିନିଟ୍‌ରେ ଓଡ଼ିଶା ଅଧିନାୟକ କୃଷ୍ଣ ତିର୍କି ପେନାଲ୍‌ଟି କର୍ନର ଜରିଆରେ କରିଥିଲେ। ଓଡ଼ିଶା ଏହା ପୂର୍ବରୁ ରବିବାର ଷ୍ଟିଲ୍‌ ପ୍ଲାଣ୍ଟ୍‌ ସ୍ପୋର୍ଟସ୍‌ ବୋର୍ଡ (ଏସ୍‌ପିଏସ୍‌ବି) ନିକଟରୁ ହାରିଯାଇଥିଲା। ଓଡ଼ିଶା ତା’ର ପରବର୍ତୀ ତଥା ତୃତୀୟ ମ୍ୟାଚ୍‌ ୨୧ ତାରିଖ ଦିନ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ସହ ଖେଳିବ। ପୁଲ୍‌-ଡି’ର ଅନ୍ୟ ଏକ ମ୍ୟାଚ୍‌ରେ ବିହାର ୨-୧ ଗୋଲ୍‌ରେ ଷ୍ଟିଲ୍‌ ପ୍ଲାଣ୍ଟ୍‌ ସ୍ପୋର୍ଟସ୍‌ ବୋର୍ଡକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର