ଜାତୀୟ ପ୍ରତିଯୋଗିତା ପାଇଁ ଶିଶୁ ଚେସ୍‌ ପ୍ରତିଭାଙ୍କୁ ତାଲିମ

ଭୁବନେଶ୍ୱର: ଓଡ଼ିଶାର ଆଗ ଧାଡ଼ିର ଚେସ୍‌ ତାରକାମାନେ ତୃଣମୂଳସ୍ତରର ଚେସ୍‌ ଖେଳାଳିଙ୍କୁ ଦକ୍ଷ କରାଇବା ପାଇଁ ମାଷ୍ଟର ଚେସ୍‌ ଫାଉଣ୍ଡେସନ (ଏମ୍‌ସିଏଫ୍‌) ସହାୟତାରେ ଉପକ୍ରମ ଆରମ୍ଭ କରିଛନ୍ତି। ଏହି କ୍ରମରେ ଭୁବନେଶ୍ୱର ନିଳାଦ୍ରୀ ବିହାରସ୍ଥିତ ଏମ୍‌ସିଏଫ୍‌ ଶାଖା ପରିସରରେ ମାଗଣା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗ ଧାଡ଼ିର ଖେଳାଳି ସିଦ୍ଧାନ୍ତ, ବୈଭବ ଓ ରାଜେଶ ଜାତୀୟସ୍ତରରେ ୭ ବର୍ଷରୁ କମ୍‌ ବର୍ଗରେ ଭାଗ ନେଉଥିବା ସନ୍ଦିପା, ପ୍ରତ୍ୟାଶା, ଆୟୁଷ୍ମାନ ମହାନ୍ତି, ସ୍ୱସ୍ତିକ ଶୁଭମ ପଟ୍ଟନାୟକ, ତ୍ରିପଲ ଷଡ଼ଙ୍ଗୀ. ସ୍ୟାନ୍‌ ସତ୍ୟମ ପ୍ରମୁଖଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଏହି ପ୍ରତିଭାମାନେ ଭରପୁର ଦକ୍ଷତା ପ୍ରଦର୍ଶନ କରିବାକୁ ସମର୍ଥ ବୋଲି ପ୍ରଶିକ୍ଷକମାନେ ଆଶାବାଦୀ ଅଛନ୍ତି। ଫିଡ଼େ ଆର୍ବିଟର ଭବେଶ ମହାନ୍ତି, ସନ୍ତୋଷ ମହାପାତ୍ର ଏବଂ ଚେସ୍‌ ପ୍ରଶାସକ ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହା ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର