ଜାତୀୟ ମୁକ୍ତ ଜଳ ସନ୍ତରଣ ୯ରୁ

ସମ୍ବଲପୁର: ଫେବ୍ରୁଆରି ୯ ଓ ୧୦ ତାରିଖ ଦିନ କର୍ଣ୍ଣାଟକର ଚିତ୍ରଦୁର୍ଗାଠାରେ ଜାତୀୟ ମୁକ୍ତ ଜଳ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ୬ଟି ବୟସ ବର୍ଗରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ପ୍ରତିଯୋଗିତା ହେବ। ଗ୍ରୁପ୍-୩ ପାଇଁ ୧ କିମି, ଗ୍ରୁପ୍-୨ ପାଇଁ ୫ କିମି, ଗ୍ରୁପ୍-୧ ପାଇଁ ୭.୫ କିମି, ମୁକ୍ତ ବର୍ଗ ପାଇଁ ୧୦ କିମି, ବର୍ଷିୟାନ ବର୍ଗ ପାଇଁ ୧ରୁ ୨.୫ କିମି ମଧ୍ୟରେ ପ୍ରତିଯୋଗିତା ହେବ। ଗ୍ରୁପ୍-୨, ଗ୍ରୁପ୍‌-୧ ଓ ଓପନ ବର୍ଗରେ ମିଶ୍ରିତ ରିଲେ ପ୍ରତିଯୋଗିତା ହେବ। ଆଗ୍ରହୀ ପ୍ରତିଯୋଗୀ ଆସନ୍ତା ୨୬ ତାରିଖ ସୁଦ୍ଧା ‘[email protected]’ରେ ନିଜ ବୟସ ପ୍ରମାଣପତ୍ର ସହ ଆବେଦନ କରିବାକୁ ଓଡ଼ିଶା ସନ୍ତରଣ ସଂଘ ପକ୍ଷରୁ କୁହାଯାଇଛି। ଅଧିକ ବିବରଣୀ ପାଇଁ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ପାଢ଼ୀ କିମ୍ବା ଦାୟିତ୍ବରେ ଥିବା ଲକ୍ଷ୍ମୀଚନ୍ଦ୍ର ମହାକୁରଙ୍କୁ ଯୋଗାଯୋଗ କରିବାକୁ ରାଜ୍ୟ ସନ୍ତରଣ ସଂଘର ସାଧାରଣ ସଂପାଦକ ଦିଲାୱର ହୁସେନ ଜଣାଇଛନ୍ତି। ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ଅଗଷ୍ଟରେ ଦକ୍ଷିଣ କୋରିଆରେ‌ ହେବାକୁ ଥିବା ବିଶ୍ବ ସନ୍ତରଣ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବେ।

ସମ୍ବନ୍ଧିତ ଖବର