କ୍ୱାର୍ଟରରେ ହିମାଚଳ, କେରଳ, ୟୁପି, ମହାରାଷ୍ଟ୍ର

ଜାତୀୟ ବାଳିକା ଫୁଟ୍‌ବଲ୍‌

କଟକ: ଚଳିତ ଜାତୀୟ ଉପ କନିଷ୍ଠ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଗୁରୁବାର ଛତିଶଗଡ଼, ଓଡ଼ିଶା, ମଣିପୁର ଓ ଝାଡ଼ଖଣ୍ଡ କ୍ୱାର୍ଟର ଯୋଗ୍ୟତା ଅର୍ଜନ କରିସାରିଥିଲାବେଳେ ଶୁକ୍ରବାର ହିମାଚଳ ପ୍ରଦେଶ, କେରଳ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ରବିବାର କ୍ୱାର୍ଟର ଫାଇନାଲ୍‌ ଅନୁଷ୍ଠିତ ହେବ। ଶୁକ୍ରବାର ବାରବାଟୀ ଷ୍ଟାଡିୟମରେ ହିମାଚଳ ପ୍ରଦେଶ ୧୦-୧ ଗୋଲରେ େଓ୍ଵଷ୍ଟର୍ଣ୍ଣ ଇଣ୍ଡିଆ ଫୁଟବଲ୍‌ ସଂଘକୁ ହରାଇଛି। ବିଜୟୀ ଦଳ ପକ୍ଷରୁ ମନୀଷା ୬ (୧୫, ୨୨, ୩୯, ୪୭, ୫୨, ୮୧ ମିନିଟ୍‌) ଓ ଅଧିନାୟିକା ଅଞ୍ଜୁ ୪ (୪୦, ୪୨, ୭୨, ୯୩ ମିନିଟ୍‌) ଗୋଲ ସ୍କୋର କରିଥିଲେ। ୬୫ ତମ ମିନିଟ୍‌ରେ ବିପକ୍ଷ ଦଳର ସାକ୍ଷୀ ହିଓ୍ଵାଲେ ଗୋଟିଏ ଗୋଲ୍‌ ପରିଶୋଧ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ କେରଳ ୨-୦ ଗୋଲରେ ମଧ୍ୟପ୍ରଦେଶକୁ ହରାଇଛି। ବିଜୟୀ ଦଳର ଏମ୍‌. ସୋନା ୨୪ ମିନିଟ୍‌ ଓ ନନ୍ଦନା କ୍ରୀଷ୍ଣନ୍‌ ୭୨ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ଉତ୍ତରପ୍ରଦେଶ ୧୫-୦ ଗୋଲରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି। ନେହା କୁମାରୀ ୪ମିନିଟ୍‌ ଓ ନିଦା ଇବ୍ରାହିମ୍‌ ୧୮ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ମୁସ୍କାନ୍‌ ଖାନ୍‌ ଏକାକୀ ୭ ଗୋଲ୍‌ (୬, ୧୨, ୨୨, ୨୭, ୫୮, ୮୬, ୮୭ ମିନିଟ୍‌), ମନୀଷା ବିଶ୍ୱକର୍ମା ୪ ଗୋଲ୍‌ (୮, ୨୦, ୩୯, ୬୭ ମିନିଟ୍‌) ଏବଂ ଗୁଡ଼ିଆ କୁମାରୀ ୨ ଗୋଲ୍‌ (୬୨, ୮୩ ମିନିଟ୍‌) ଦେଇଥିଲେ।

ସମ୍ବନ୍ଧିତ ଖବର