ଜାତୀୟ ବାଳିକା ଫୁଟ୍‌ବଲ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ଜାତୀୟ କନିଷ୍ଠ ବାଳିକ ଫୁଟ୍‌ବଲ୍‌ ଲାଗି ମଙ୍ଗଳବାର ୨୦ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତା ମହାରାଷ୍ଟ୍ରର କୋହ୍ଲାପୁରରେ ଚଳିତ ମାସ ୨୦ରୁ ମେ’ ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପଣ୍ଡିଚେରି ଓ ଛତିଶଗଡ଼ ସହ ‌ଓଡ଼ିଶା ଗୋଟିଏ ଗ୍ରୁପରେ ରହିଛି। ୨୧ରେ ଛତିଶଗଡ଼ ଏବଂ ୨୩ରେ ପଣ୍ଡିଚେରି ସହ ଖେଳି ଓଡ଼ିଶା ଗ୍ରୁପ୍‌ ପର୍ଯ୍ୟାୟ ଶେଷ କରିବ। ସଂଗୀତା ଦାସଙ୍କୁ ଅଧିନାୟିକା ଦାୟିତ୍ବ ମିଳିଥିଲା ବେଳେ ସୁରଜ ଥାପ୍ପା ପ୍ରଶିକ୍ଷକ ଏବଂ ସୁଲ୍‌ତାନା ପରୱିନ ପ୍ରବନ୍ଧକ ରହିଛନ୍ତି।
ଦଳ: ମଞ୍ଜୁ ଗାନ୍‌ଝୁ, ମିଲି ମାଝୀ, ସଂଗୀତା ଦାସ (ଅଧିନାୟିକା), ପୂର୍ଣ୍ଣିମା ମଲ୍ଲିକ, ସୁନିତା ସୋରେନ, ମୋମିତା ସୋରୋନିଆ, ସସ୍ମିତା ଅମାଙ୍ଗ, ସଲ୍‌ମା ମୁର୍ମୁ, ସାଲ୍‌ଜେ ମାଝୀ,‌ ଜୋତ୍ସ୍ନା ଲାକ୍ରା, ସୁମିତ୍ରା ହେମ୍ବ୍ରମ୍‌, ସରିତା ସୋରେଙ୍ଗ, କ୍ରିଷ୍ଣା ବାରିକ, ଜାହ୍ନବୀ କିଷାନ, ମାଲତୀ ମୁଣ୍ଡା, ଶୁଭସ୍ମିତା ଶୁଭଦର୍ଶୀ ଦାସ, ଜ୍ୟୋତି କୁମାରୀ, ମନୀଷା ନାଏକ‌, ବର୍ଷା ମହାକୁଡ଼, ଲକ୍ଷ୍ମୀପ୍ରିୟା ଲେଙ୍କା।

ସମ୍ବନ୍ଧିତ ଖବର