ଜାତୀୟ ବାଳିକା ଭଲିବଲ୍‌ ଶିବିରରେ ଓଡ଼ିଶାରୁ ମୁକ୍ତି ଓ ସଙ୍ଗୀତା

କଟକ: କେରଳର କୋଝିକୋଡ୍‌ଠାରେ ଆସନ୍ତା ୨୧ ଓ ୨୨ ତାରିଖ ଦୁଇ ଦିନଧରି ଜାତୀୟ ୧୯ ବର୍ଷରୁ କମ୍‌ ବାଳିକା ଭଲିବଲ୍‌ ଶିବିର ଆୟୋଜିତ ହେବ। ଏଥିରେ ଯୋଗଦେବାକୁ ଓଡ଼ିଶାରୁ ୨ ଖେଳାଳି ମନୋନୀତ ହୋଇଛନ୍ତି। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ମୁକ୍ତି ବାର୍ଲା ଓ ସଙ୍ଗୀତା ଦାସ ଶିବିରରେ ପ୍ରଶିକ୍ଷଣ ନେବାକୁ ମନୋନୀତ ହୋଇଥିବା ଓଡ଼ିଶା ଭଲିବଲ୍‌ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ବର୍ଧମାନଠାରେ ଶେଷ ହୋଇଥିବା ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ଦୁଇ ଜଣଙ୍କୁ ଚୟନ କରାଯାଇଥିବା କୁହାଯାଇଛି। ଜାତୀୟ ଶିବିରରୁ ଭାରତୀୟ ଦଳ ପାଇଁ ଖେଳାଳି ଚୟନ କରାଯିବ। ଭିଏତ୍‌ନାମରେ ଜୁନ୍‌ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଏସୀୟ ପ୍ରତିଯୋଗିତା ଖେଳାଯିବାକୁ ଥିବା ବେଳେ ମନୋନୀତ ଖେଳାଳି ସେଠାରେ ଭାରତକୁ ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧିତ ଖବର