ଜାତୀୟ ଗ୍ରାପ୍‌ଲିଂରେ ଓଡ଼ିଶାକୁ ୬ ପଦକ

ଭୁବନେଶ୍ୱର: ମହାରାଷ୍ଟ୍ରର ନାସିକ୍‌ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ଏକାଦଶ ଜାତୀୟ ଗ୍ରାପ୍‌ଲିଂ ପ୍ରତିଯୋଗିତାରେ ଓଡ଼ିଶାକୁ ୬ ପଦକ ମିଳିଛି। ଏଥିରେ ୪ ସ୍ୱର୍ଣ୍ଣ ଓ ୨ ରୌପ୍ୟ ସାମିଲ ରହିଛି। ବାଳିକା ବର୍ଗ ଫାଇଟିଂରେ ମୋନାଲି ସାହୁ (୬୭ କେଜି) ଓ ଅନୁଷ୍କା ପ୍ରିୟଦର୍ଶିନୀ (୫୬ କେଜି) ଏବଂ ୧୨ ବର୍ଷ ବାଳକ ବର୍ଗରେ ଶୁଭକାନ୍ତ ବିଶ୍ୱାଳ (୬୦ କେଜି) ଓ ୧୪ ବର୍ଷ ବାଳକରେ ପୁନିତ ଲେଙ୍କା (୪୭ କେଜି)ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ବେଳେ ବାଳକ ୧୬ ବର୍ଷରେ ଡି ଭଗବାନ ରେଡ୍ଡୀ ଓ ୧୮ ବର୍ଷ ବାଳିକାରେ ମମତା ସାହୁ ରୌପ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଗ୍ରାପ୍‌ଲିଂ ଦଳର ସଫଳତା ପାଇଁ ରାଜ୍ୟ ସଂଘର ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଏବଂ ଉତ୍କଳ କରାଟେ ସ୍କୁଲ୍‌ର କର୍ମକର୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର