ଭୁବନେଶ୍ବର: ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ (ଏଆଇୟୁ) ଆନୁକୂଲ୍ୟରେ ହରିଆନାର ଫରିଦାବାଦସ୍ଥିତ ମାନବ ରଚନା ବିଶ୍ବବିଦ୍ୟାଳୟଠାରେ ଚଳିତ ମାସ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ବନ୍ଧୁକଚାଳନା ପ୍ରତିଯୋଗିତାରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସଂପ୍ରତି କିଟ୍ ବିଶ୍ବବିଦ୍ୟାଳୟର ଏମ୍ବିଏ ଛାତ୍ରୀ ଏହି ପ୍ରତିଯୋଗିତାରେ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏଥିପାଇଁ ତାଙ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଫ୍ରଫେସର ଅତ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।