ଜାତୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌:ଋତୁପର୍ଣ୍ଣାଙ୍କୁ ଯୁଗଳ ଟ୍ରଫି

ଭୁବନେଶ୍ୱର: ଗୌହାଟୀରେ ଚାଲିଥିବା ଜାତୀୟ କନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା (୧୯ ବର୍ଷରୁ କମ୍‌)ରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ବାଳିକା ଯୁଗଳରେ ବିଜେତା ହୋଇଛନ୍ତି। କିନ୍ତୁ ମିଶ୍ରିତ ଯୁଗଳ ଫାଇନାଲ୍‌ରେ ହାରି ଦ୍ୱିମୁକୁଟ ଅର୍ଜ୍ଜନରୁ ବଞ୍ଚିତ ହୋଇଛନ୍ତି। ବାଳିକା ଯୁଗଳ ଫାଇନାଲ୍‌ରେ ୟୁକେ ମିଥୁଳାଙ୍କୁ ସାଥୀ କରି ଖେଳିଥିବା କଟକ ଝିଅ ଋତୁପର୍ଣ୍ଣା ସୀମରନ୍‌ ସିଂଘୀ ଏବଂ ରୀତିକା ଠାକ୍‌ରେଙ୍କ ୨୧-୭, ୨୧-୧୮ରେ ପରାସ୍ତ କରିଥିଲେ।

ରବିବାର ସେମିଫାଇନାଲ୍‌ରେ ଏହି ଯୋଡ଼ି ୨୧-୧୭, ୨୧-୮ରେ ସୃଷ୍ଟି ଜୁପୁଡ଼ି-ଅଶ୍ୱିନୀ ଭଟ୍ଟଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲେ। ଶ୍ରୀକୃଷ୍ଣ ସାଇ କୁମାର ପୋଦିଲେଙ୍କୁ ସାଥୀ କରିଥିବା ଋତୁପର୍ଣ୍ଣା ମିଶ୍ରିତ ଯୁଗଳ ଫାଇନାଲ୍‌ରେ କିନ୍ତୁ ଜି କୃଷ୍ଣ ପ୍ରସାଦ ଓ ୟୁକେ ମିଥୁଳାଙ୍କଠାରୁ ହାରିଯାଇଥିଲେ। ରବିବାର ଏହି ଯୋଡ଼ି ସେମିଫାଇନାଲ୍‌ରେ ୨୫-୨୨, ୨୧-୧୫ରେ ସାଇ ପ୍ରତୀକ କୃଷ୍ଣ ପ୍ରସାଦ ଓ ଅଶ୍ୱିନୀ ଭଟ୍ଟଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର