ଜାତୀୟ କନିଷ୍ଠ ବାସ୍କେଟ୍‌ବଲ୍‌: ନକ୍‌ଆଉଟ ପର୍ଯ୍ୟାୟରେ ଓଡ଼ିଶା

କଟକ: ଲୁଧିଆନାରେ ଚାଲିଥିବା ୬୯ତମ ଜାତୀୟ କନିଷ୍ଠ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଶୁକ୍ରବାର ଓଡ଼ିଶା ପୁରୁଷ ଦଳର ମୁକାବିଲା ମିଜୋରାମ୍‌ ସହିତ ହେବାକୁ ଥିଲା ବେଳେ ମହିଳା ଦଳର ମୁକାବିଲା ବିହାର ସହିତ ହେବ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ପୁରୁଷ ଦଳ ୭୨-୬୬ ପଏଣ୍ଟ୍‌ରେ ବିହାରକୁ ହରାଇ ନକ୍‌ଆଉଟ୍‌ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟପକ୍ଷରେ ବୁଧବାରଠୁ ଓଡ଼ିଶା ମହିଳା ଦଳ ନକ୍‌ଆଉଟ ଦ୍ୱାରରେ ଥିଲା। ଗୁରୁବାର ପୁଲ୍‌ର ସମସ୍ତ ମ୍ୟାଚ୍‌ ଶେଷ ହେବା ପରେ ପଏଣ୍ଟ ଭିତ୍ତିରେ ଓଡ଼ିଶା ନକ୍‌ଆଉଟକୁ ଉନ୍ନୀତ ହୋଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର