ଜାତୀୟ କନିଷ୍ଠ ବାସ୍କେଟବଲ୍‌ : ଓଡ଼ିଶାର ବାଳିକା ଜିତିଲେ, ବାଳକ ହାରିଲେ

କଟକ: ଲୁଧିଆନାରେ ସୋମବାର ଆରମ୍ଭ ହୋଇଥିବା ୬୯ତମ ଜାତୀୟ କନିଷ୍ଠ ବାସ୍କେଟବଲ୍‌ରେ ଓଡ଼ିଶା ବାଳିକା ଜିତିଥିବାବେଳେ ବାଳକ ହାରିଯାଇଛନ୍ତି। ଓଡ଼ିଶା ବାଳିକ ଦଳ ଆନ୍ଧ୍ରପ୍ରଦେଶକୁ ୫୭-୪୧ରେ ହରାଇଛନ୍ତି। ଓଡ଼ିଶା ପକ୍ଷରୁ ପ୍ରଗତି ରାୟ ଏବଂ ଲିପ୍ରାମୟୀ ଶତପଥୀ ୧୮ ପଏଣ୍ଟ ଲେଖାଏଁ ସ୍କୋର୍‌ କରିଥିଲେ। ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରମିଳା ୮ ପଏଣ୍ଟ୍‌ ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଓଡ଼ିଶା ଝିଅ ୧୯-୮ରେ ଆଗୁଆ ହେବା ପରେ ଦ୍ୱିତୀୟଟି ୧୦-୧୦ରେ ବରାବର ରଖିଥିଲେ। ତୃତୀୟ କ୍ୱାର୍ଟରରେ ୧୪-୭ରେ ପ୍ରାଧାନ୍ୟ ବିସ୍ତାର କରିଥିବାରୁ ଓଡ଼ିଶା ଶେଷଟିରେ ୧୪-୧୬ରେ ପଛୁଆ ରହିବା ସତ୍ତ୍ୱେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ବାଳକ ଦଳକୁ ୫୦-୮୬ରେ ଉତ୍ତରାଖଣ୍ଡ ହରାଇ ଦେଇଥିଲା। ଛତିଶଗଡ଼ ପକ୍ଷରୁ ରିୟାଂଶୁ ୨୨ ଏବଂ ଓଡ଼ିଶା ପକ୍ଷରୁ ଶରତ ନାୟକ ୨୧ ପଏଣ୍ଟ୍‌ ସ୍କୋର୍‌ କରିଥିଲେ। ମଙ୍ଗଳବାର ପୁରୁଷ ଦଳ ଜମ୍ମୁ କାଶ୍ମୀରକୁ ଏବଂ ମହିଳା ଦଳ ତେଲେଙ୍ଗାନାକୁ ଭେଟିବ।

ସମ୍ବନ୍ଧିତ ଖବର