ଆଜିଠୁ ଜାତୀୟ ଉପକନିଷ୍ଠ କୁସ୍ତି

କଟକ: ସର୍ବଭାରତୀୟ କୁସ୍ତି ମହାସ˚ଘ ଓ ଓଡ଼ିଶା କୁସ୍ତି ସ˚ଘର ମିଳିତ ଆନୁକୂଲ୍ୟରେ ଜବାହରଲାଲ୍‌ ନେହେରୁ ଇ‌େଣ୍ତାର ଷ୍ଟାଡିୟମରେ ସୋମବାରଠୁ ଜାତୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତା ଆରମ୍ଭ ହେବ। ୨୨ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ସବୁ ଦଳର ଖେଳାଳି ଓ ମ୍ୟାଚ୍‌ ପରିଚାଳନା ଅଧିକାରୀମାନେ ପହଞ୍ଚିସାରିଥିଲା ବେଳେ ରବିବାର ସ˚ଧ୍ୟାରେ ପ୍ରଶିକ୍ଷକ ଓ ପ୍ରବନ୍ଧକମାନଙ୍କୁ ନେଇ ଏକ ବୈଠକ କରାଯାଇଛି। ଓଡ଼ିଶା ଦଳ ନିଜ ମାଟିରେ ଭଲ ପ୍ରଦର୍ଶନ କରିବା ପାଇଁ ଜୋର‌୍‌ଦାର ଅଭ୍ୟାସ କରିଥିବା ସ˚ଘ ପକ୍ଷରୁ ସୂଚନା ଦିଆଯାଇଛି। ସଚିନ ତେନ୍ଦୁଲକର ଇଣ୍ତୋର ହଲ୍‌ରେ ଓଡ଼ିଶା ଖେଳାଳିମାନେ ପର୍ଯ୍ୟାପ୍ତ ଅଭ୍ୟାସ କରିଛନ୍ତି। ଓଡ଼ିଶା ଦଳରେ ବାଳକ ବର୍ଗରେ ଶିବଦେନ୍ଦୁ ସାମଲ, ରାଜୀବ ସୋରେନ୍‌, କେଶବ ଚନ୍ଦ୍ର ନାୟକ, ତାପସ ବେହେରା, ଲୋକନାଥ ସୁପକାର, ପ୍ରଶାନ୍ତ କୁମାର, ସାହିଲ ସୁନ୍ଦର ବେହେରା, ଶ୍ୟାମ ର˚ଜନ ପ୍ରଧାନ, ଅରଜିତ ମଲ୍ଲିକ, ଜୟକିଷାନ ପୂଜାପଣ୍ତା ଏବଂ ବାଳିକା ଦଳରେ ଶୁଭଶ୍ରୀ ନାୟକ, ନୀପାଞ୍ଜଳି ମହାରଣା, ସନ୍ତୋଷିନୀ ନାୟକ, ପୂର୍ଣ୍ଣିମା ପରିଡ଼ା, ଦିବ୍ୟଜ୍ୟୋତି ନାୟକ, ସାହିଦା ବେଗମ, ଶିଳ୍ପା ସାହୁ ସାମିଲ ଅଛନ୍ତି ବୋଲି ସୂଚନା ଦିଆଯାଇଛି। ଏଥିରୁ ପ୍ରାୟ ଦୁଇଟି ପଦକ ମିଳିବା ନେଇ ରାଜ୍ୟ ସ˚ଘ ସମ୍ପାଦକ ବିନୋଦ ଦାସ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ସ୍ବର୍ଣ୍ଣ ବିଜେତାଙ୍କୁ ରାଜ୍ୟ ସ˚ଘ ସଭାପତି ରାମଚନ୍ଦ୍ର ପାଢୀ ୫ ଲକ୍ଷ ଓ କଳିଙ୍ଗ ଜିମ୍ନାସିୟମ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର