ଜାତୀୟ ଉପକନିଷ୍ଠ ଫୁଟ୍‌ବଲ୍‌ ଓଡ଼ିଶା ବିଜୟୀ

କଟକ: ଅରୁଣାଚଳ ପ୍ରଦେଶରେ ଚାଲିଥିବା ଜାତୀୟ ଉପକନିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇଛି। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୪-୨ ଗୋଲ୍‌ରେ ମହାରାଷ୍ଟ୍ରକୁ ହରାଇଛି। ଓଡ଼ିଶା ପାଇଁ ଝୁନୁ କୁଲ୍‌ଡି (୧୧, ୨୫ ମିନିଟ୍‌) ଏବ˚ ଅରବିନ୍‌ ଲାକ୍ରା (୫୫, ୮୮ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ଏଥି ପୂର୍ବରୁ ୨ ତାରିଖରେ ଓଡ଼ିଶା ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ତାମିଲନାଡୁକୁ ୩-୦ ଗୋଲ୍‌ରେ ପରାସ୍ତ କରିଥିଲା। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ୮ ତାରିଖରେ ପଞ୍ଜାବକୁ ଭେଟିବ।

ସମ୍ବନ୍ଧିତ ଖବର