ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ମଣିପୁରର ଇମ୍ଫାଲଠାର ଚଳିତ ମାସ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଲାଗି ଅର୍ଣ୍ଣବ ସିହ୍ନାଙ୍କ ନେତୃତ୍ବରେ ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିକାଶ ସାମଲ, ମନୋଜ କୁମାର ନାୟକ, ସନ୍ଦୀପ ପାତ୍ର, ମୀନକେତନ ଦାସ, ଦୀପକ କୁମାର ଦାସ, ସରୋଜ କୁମାର ଭୋଇ, ଗୌରାଙ୍ଗ ଚରଣ ସାମଲ, ସାନ୍ତନୁ ତ୍ରିପାଠୀ, ବଳାରାମ ଦାସ, ଶୁଭକାନ୍ତ ପ୍ରଧାନ, ଶୁଭମ ମହାନ୍ତି, ବିଶ୍ବଜିତ ମହାପାତ୍ର, ଉଭୟଭାନୁ ବେହେରା, ଉଗ୍ରସେନ ବାରହା, ବିମଳ କୁମାର ଜେନା, ବିଶ୍ବନାଥ ବିଶ୍ବାଳ ପ୍ରମୁଖ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର