ଜାତୀୟ କନିଷ୍ଠ ହକିରେ ରାଜିନ ଅମ୍ପାୟାର

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ହକି ଅମ୍ପାୟାର ରାଜିନ ଏକ୍କାଙ୍କୁ ଆଉ ଏକ ଜାତୀୟ ସୁଯୋଗ ମିିଳିଛି। ମଧ୍ୟପ୍ରଦେଶର ଭୋପାଳଠାରେ ଚଳିତ ମାସ ୨୧ରୁ ୨୮ ଏବଂ ୨୬ରୁ ମେ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟମ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତା (ଏ ଓ ବି ଡିଭିଜନ) ଲାଗି ହକି ଇଣ୍ଡିଆ ତାଙ୍କୁ ଅମ୍ପାୟାର ନିଯୁକ୍ତ କରିଛି। ସୂଚନାଯୋଗ୍ୟ ଯେ ରାଜିନ ଆଗରୁ ବହୁ ଜାତୀୟ ପ୍ରତିଯୋଗିତାରେ ଅମ୍ପାୟାରିଂ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ପୂର୍ବ ପ୍ରଦର୍ଶନ ଆଧାରରେ ହିଁ ତାଙ୍କୁ ପୁଣି ଥରେ ଜାତୀୟ କନିଷ୍ଠ ହକିରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିଛି।

ସମ୍ବନ୍ଧିତ ଖବର