ଜାତୀୟ କନିଷ୍ଠ କବାଡ଼ି: ପ୍ରି-କ୍ୱାର୍ଟରରେ ଓଡ଼ିଶା

କଟକ,: ଏଠାରେ ଚାଲିଥିବା ୪୪ତମ ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତାରେ ଓଡ଼ିଶା ବାଳକ ଓ ବାଳିକା ଦଳ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରଛନ୍ତି। ଦ୍ୱିତୀୟ ଦିନ ଓଡ଼ିଶା ବାଳକ ଦଳ ଲଗାତର ବିଜୟ ହାସଲ କରିଛି। ମଙ୍ଗଳବାର ଉତ୍ତରାଖଣ୍ଡକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ବୁଧବାର ୩୨-୨୯ରେ ହିମାଚଳ ପ୍ରଦେଶକୁ ପରାସ୍ତ କରି ଦ୍ୱିତୀୟ ବିଜୟ ପାଇଛି। ଅନ୍ୟପକ୍ଷରେ ଓଡ଼ିିଶା ବାଳିକା ଦଳ ପ୍ରଥମ ମ୍ୟାଚ୍‌ରେ ୨୨-୪୮ରେ ଦିଲ୍ଲୀଠାରୁ ହାରିଯାଇଥିଲା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ୩୩-୨୯ରେ ରାଜସ୍ଥାନକୁ ପରାସ୍ତ କରି ପ୍ରି-କ୍ୱାର୍ଟରରେ ପହଞ୍ଚିଛି। ଏହି ପୁଲ୍‌ରେ ରାଜସ୍ଥାନ ଦୁଇଟିଯାକ ମ୍ୟାଚ୍‌ ହାରିଯାଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛି। ବାଳିକା ବିଭାଗରେ ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଛତିଶଗଡ଼ ୩୫-୧୭ରେ ଚଣ୍ଡିଗଡ଼କୁ, ୪୫-୩ରେ ପଣ୍ଡିଚେରୀକୁ, ମହରାଷ୍ଟ୍ର ୩୬-୩୧ରେ ପଞ୍ଜାବକୁ, ସାଇ ୬୭-୬ରେ ଗୋଆକୁ, ହିମାଚଳ ପ୍ରଦେଶ ୪୫-୧୧ରେ ତେଲେଙ୍ଗାନାକୁ, ମଧ୍ୟପ୍ରଦେଶ ୪୯-୨୮ରେ ମଣିପୁରକୁ, କର୍ଣ୍ଣାଟକ ୪୭-୯ରେ ତ୍ରିପୁରାକୁ, ଉତ୍ତରପ୍ରଦେଶ ୪୫-୩ରେ ପଣ୍ଡିଚେରୀକୁ, ପଞ୍ଜାବ ୪୭-୩୧ରେ ବିଦର୍ଭକୁ ହରାଇଛି। ସେହିପରି ବାଳକ ବିଭାଗରେ ତେଲେଙ୍ଗାନା ୪୧-୧୨ରେ ଆସାମକୁ, ଉତ୍ତରପ୍ରଦେଶ ୪୯-୧୩ରେ ଝାଡ଼ଖଣ୍ଡକୁ, କର୍ଣ୍ଣାଟକ ୪୫-୩୨ରେ ମଣିପୁରକୁ, ବିହାର ୬୫-୨୩ରେ ଗୋଆକୁ, ପଣ୍ଡିଚେରୀ ୪୧-୩୩ରେ ମଧ୍ୟପ୍ରଦେଶକୁ, ହିମାଚଳ ପ୍ରଦେଶ ୫୦-୨୯ରେ ଉତ୍ତରାଖଣ୍ଡକୁ, ପଞ୍ଜାବ ୬୦-୨୧ରେ ବିଦର୍ଭକୁ, ତାମିଲନାଡୁ ୬୩-୬ରେ ତ୍ରିପୁରାକୁ, ଦିଲ୍ଲୀ ୪୬-୩୨ରେ ଆନ୍ଧ୍ରପ୍ରଦେଶକୁ, ମହାରାଷ୍ଟ୍ର ୩୯-୭ ପଶ୍ଚିମବଙ୍ଗକୁ, କେରଳ ୨୬-୨୪ରେ ଚଣ୍ଡିଗଡ଼କୁ ହରାଇଛନ୍ତି।

ସମ୍ବନ୍ଧିତ ଖବର