ଜାତୀୟ କନିଷ୍ଠ ପୁରୁଷ ହକି ପାଇଁ ଓଡ଼ିଶା ଦଳ

କଟକ: ଆସନ୍ତା ୧୭ ତାରିଖରୁ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ରେ ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ କ୍ରିଷ୍ଣା ତିର୍କିଙ୍କ ନେତୃତ୍ବରେ ୧୮ ଜଣିଆ ଓଡ଼ିଶା ଦଳ ମହାରାଷ୍ଟ୍ର ଗସ୍ତ କରିଛି। ଦଳ ସହିତ ପ୍ରଣବ କିଶୋର ପଟ୍ଟନାୟକ ପ୍ରଶିକ୍ଷକ, ସୁଶୀଲ କିରୋ ପ୍ରବନ୍ଧକ ଭାବେ ଯାତ୍ରା କରିଛନ୍ତି। ପ୍ରତିଯୋଗିତାର ପୁଲ୍‌ ଡି’ରେ ଓଡ଼ିଶା ସହିତ ସାଇ, ପଞ୍ଜାବ ଓ ସିନ୍ଧ୍‌ ବ୍ୟାଙ୍କ, ଷ୍ଟିଲ୍‌ ପ୍ଲାଣ୍ଟ ସ୍ପୋର୍ଟ୍ସ ବୋର୍ଡ, ବିହାର ସ୍ଥାନ ପାଇଛନ୍ତି। ଓଡ଼ିଶା ୧୭ ତାରିଖରେ ପ୍ରଥମ ମ୍ୟାଚ୍‌ରେ ଷ୍ଟିଲ୍‌ ପ୍ଲାଣ୍ଟ, ୧୯ ତାରିଖରେ ପଞ୍ଜାବ ଓ ସିନ୍ଧ୍‌ ବ୍ୟାଙ୍କ୍‌, ୨୧ ତାରିଖରେ ସାଇ ଏବ˚ ୨୩ ତାରିଖରେ ବିହାରକୁ ଭେଟିବ।

ଓଡ଼ିଶା ଦଳ: ସାହିଲ କୁମାର ନାୟକ, ରୋଶନ ଲାକ୍ରା, ଲାବନ ଲୁଗୁନ୍‌, ସୁଶୀଲ ଧନଵର, ଭୀମା ଏକ୍କା, ପ୍ରକାଶ ଧୀର, ଲିବନ ଏକ୍କା, କ୍ରିଷ୍ଣା ତିର୍କି, ମଙ୍ଗଳ ଲୋହାର, ସୁନୀଲ ଜୋଜୋ, ସୁନୀତ ଲାକ୍ରା, ଅଜୟ କୁମାର ଏକ୍କା, ପ୍ରଦୀପ ଲାକ୍ରା, ଅଜିତ ଏକ୍କା, ସୁବାସ ବାର୍ଲା, ଅଭିଜିତ ସ୍ବାଇଁ, ଜମିର ଖାଖା, ସୁଶାନ୍ତ ଟପ୍ପୋ।

ସମ୍ବନ୍ଧିତ ଖବର