ଜାତୀୟ ଉପକନିଷ୍ଠ ସିପକ୍‌ଟାକ୍ର: ଫାଇନାଲ୍‌ରେ ଓଡ଼ିଶା ବାଳକ ଓ ବାଳିକା

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲିଥିବା ୨୧ତମ ଜାତୀୟ ଉପକନିଷ୍ଠ ସିପକ୍‌ଟାକ୍ର ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବର୍ଗରେ ଆୟୋଜକ ଓଡ଼ିଶା ଫାଇନାଲ୍‌ ପ୍ରବେଶ କରିଛି। ଗୁରୁବାର ଦ୍ୱିତୀୟ ଦିବସରେ ଓଡ଼ିଶା ବାଳକ ଦଳ ୩-୦ରେ ଆନ୍ଧ୍ର ପ୍ରଦେଶକୁ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଥିଲା। ପରେ ସେମିଫାଇନାଲ୍‌ରେ ବାଳକ ଦଳ ୨-୦ରେ କେରଳକୁ ହରାଇ ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ତାମିଲନାଡୁ ସହ ହେବ। ବାଳକ ବର୍ଗର ଅନ୍ୟ ସେମିଫାଇନାଲ୍‌ରେ ତାମିଲନାଡୁୁ ୨-୧ରେ ନାଗାଲାଣ୍ଡ୍‌କୁ ପରାସ୍ତ କରିଥିଲା। ଏହା ପୂର୍ବରୁ ତାମିଲନାଡୁ ୨-୧ରେ ଦିଲ୍ଲୀକୁ, ନାଗାଲାଣ୍ଡ୍‌ ୩-୦ରେ ମହାରାଷ୍ଟ୍ରକୁ ଏବଂ କେରଳ ୨-୧ରେ ତେଲେଙ୍ଗାନାକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଓଡ଼ିଶା ବାଳିକା ଦଳ ୩-୦ରେ ଗୋଆକୁ ଏବଂ ସମାନ ୩-୦ରେ କେରଳକୁ ପରାସ୍ତ କରି ସେମିଫାଇନାଲ୍‌ ପହଞ୍ଚିଥିଲା। ପରେ ସେମିଫାଇନାଲ୍‌ରେ ବିହାରକୁ ୨-୧ରେ ହରାଇ ବାଳିକା ଦଳ ଫାଇନାଲ୍‌ ପହଞ୍ଚିଯାଇଛି। ଫାଇନାଲ୍‌ରେ ଓଡ଼ିଶା ବାଳିକା ଦଳର ମୁକାବିଲା ମଣିପୁର ସହ ହେବ। ଅନ୍ୟ ସେମିଫାଇନାଲ୍‌ରେ ମଣିପୁର ୨-୦ରେ ଗୋଆକୁ ପରାସ୍ତ କରିଥିଲା। ଏହା ପୂର୍ବରୁ ମଣିପୁର ୩-୦ରେ ଦିଲ୍ଲୀ ଓ ୨-୧ରେ ତେଲେଙ୍ଗାନାକୁ, ବିହାର ୨-୧ରେ ତେଲେଙ୍ଗାନା ଓ ୩-୦ରେ ଦିଲ୍ଲୀକୁ ଏବଂ ଆନ୍ଧ୍ର ପ୍ରଦେଶ ୨-୧ରେ ଗୋଆକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର