ଜାତୀୟ କନିଷ୍ଠ ଥ୍ରୋ ବଲ୍: ଓଡ଼ିଶାକୁ କାଂସ୍ୟ

ଭୁବନେଶ୍ୱର: ତାମିଲନାଡୁର ତିରିପୁରଠା‌ରେ ଆୟୋଜିତ ୨୯ତମ ଜାତୀୟ କନିଷ୍ଠ ଥ୍ରୋ ବଲ୍ ପ୍ରତିଯୋଗିତାର ବାଳକ ବର୍ଗରେ ଓଡ଼ିଶା‌ ଦୀର୍ଘ ୮ ବର୍ଷ ପରେ କାଂସ୍ୟ ପଦକ ଜିତିଛି। ଶନିବାର ଅନୁଷ୍ଠିତ ସେମିଫାଇନାଲ୍ ମୁକାବିଲାରେ ଶକ୍ତିଶାଳୀ ଦିଲ୍ଲୀକୁ କଡ଼ା ଟକ୍କର ଦେବା ସତ୍ତ୍ବେ ଓଡ଼ିଶା ୧୨-୧୫, ୧୫-୧୬ରେ ହାରି ଯାଇଥିଲା। ହେଲେ ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ କର୍ଣ୍ଣାଟକକୁ ୧୫-୮, ୧୫-୧୦ରେ ହରାଇ କାଂସ୍ୟ ପଦକ ଜିତି ନେଇଥିଲା। ରାଜ୍ୟ ଦଳର ଏହି ସଫଳତା ଲାଗି ଓଡ଼ିଶା ଥ୍ରୋ ବଲ୍ ସଂଘର ସଂପାଦକ ଜିତେନ୍ଦ୍ର ନାଥ ଦାସ ଓ ସଭାପତି ଭୂପେନ୍ଦ୍ର ସିଂହ ରାଜ୍ୟ ଦଳକୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। କର୍ଣ୍ଣାଟକ ବିପକ୍ଷ ମୁକାବିଲାରେ ଓଡ଼ିଶା ଦଳର ସୁଶାନ୍ତ କୁମାର ଦାସ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ବୋଲି ଦଳର ପ୍ରଶିକ୍ଷକ ସୂର୍ଯ୍ୟକାନ୍ତ ସ୍ବାଇଁ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶା ବାଳିକା ଦଳ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ହେଲେ ସେଠାରେ ଦୁର୍ଭାଗ୍ୟଜନକ ଭାବେ ହାରି ଯାଇଥିଲା।

ସମ୍ବନ୍ଧିତ ଖବର