ଜାତୀୟ କନିଷ୍ଠ ମହିଳା ହକି: ଗାଙ୍ଗ୍‌ପୁର-ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ବର: କେରଳର କୋଲାମ୍‌ଠାରେ ଚାଲିଥିବା ନବମ ଜାତୀୟ କନିଷ୍ଠ ମହିଳା ହକି ପ୍ରତିଯୋଗିତାରେ ଗାଙ୍ଗ୍‌ପୁର-ଓଡ଼ିଶା ଦଳ ପ୍ରଥମ ବିଜୟ ପାଇଛି। ପୁଲ୍‌-ସିରେ ସାମିଲ ଥିବା ଗାଙ୍ଗ୍‌ପୁର ଦଳ ଗୁରୁବାର ପ୍ରଥମ ମ୍ୟାଚ୍‌ରେ ୧-୩ ଗୋଲ୍‌ରେ ମହାରାଷ୍ଟ୍ରଠୁ ପରାସ୍ତ ‌ହୋଇଥିଲା ବେଳେ ଶୁକ୍ରବାର ହିମାଚଳ ପ୍ରଦେଶକୁ ୨-୦‌ ଗ‌ୋଲ୍‌ରେ ହାରାଇ ଦେଇଛି। ରୋଜିତା କୁଜୁର (୩ ମିନିଟ୍‌) ଓ ସୁନିତା ଖାଖା (୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ପ୍ରଥମ କ୍ବାର୍ଟର୍‌ରେ ହିଁ ଦଳକୁ ଆଗୁଆ କରିଥିଲେ। ‌ଶେଷ ୩ କ୍ବାର୍ଟର୍‌ ଗୋଲ୍‌ ଶୂନ୍ୟଭାବେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର