ଜାତୀୟ କନିଷ୍ଠ ଦୌଡ଼କୁଦ:ଶେଷ ଦିନରେ ଜ୍ୟୋତ୍ସ୍ନାଙ୍କୁ କାଂସ୍ୟ

କଟକ: ଭଦୋଦରାରେ ଶେଷ ହୋଇଥିବା ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ଶେଷ ଦିନରେ ଓଡ଼ିଶାକୁ ଗୋଟିଏ କାଂସ୍ୟ ପଦକ ମିଳିଛି। ୪୦୦ ମିଟର ବାଳିକା ବାଧାଦୌଡ଼ରେ ଜ୍ୟୋତ୍ସ୍ନା ସବର ୧:୫.୮୨ ସେକେଣ୍ଡ ସମୟ ସହ ଏହି ପଦକ ପାଇଛନ୍ତି। କେରଳର ବିଷ୍ଣୁପ୍ରିୟା ଜେ. ୧:୨.୫୨ ସେକେଣ୍ଡ ଯୋଗୁଁ ସ୍ୱର୍ଣ୍ଣ ଜିତିବା ସହ ନୂଆ ମିଟ୍‌ କୀର୍ତ୍ତିମାନ ସ୍ଥାପନ କରିଥିଲେ। ତାଙ୍କ ପଛକୁ କର୍ଣ୍ଣାଟକର ପ୍ରଜ୍ଞା କେ. ୧:୫.୦୮ ସେକେଣ୍ଡ ସହ ରୌପ୍ୟ ପଦକ ପାଇଛନ୍ତି। ଅନ୍ୟପକ୍ଷରେ ୨୦୦ ମିଟର ଦୌଡ଼ ଫାଇନାଲ୍‌ରେ ସୁଖୀ ବାସ୍କେ ଅଷ୍ଟମ ସ୍ଥାନରେ ଓ ମିଡ୍‌ଲେ ରିଲେରେ ଷଷ୍ଠ ସ୍ଥାନରେ ରହିଥିଲେ। ଶେଷ ଦିନରେ ଏହି ପଦକକୁ ମିଶାଇ ପ୍ରତିଯୋଗିତାରେ ଓଡ଼ିଶାର ମୋଟ ପଦକ ୩ରେ ସୀମିତ ରହିଛି। ରବିବାର ୧୧୦ ମିଟର ବାଧାଦୌଡ଼ରେ ପୁଙ୍ଗା ସୋରେନ୍‌ ଓ ଲମ୍ବ ଡିଆଁରେ ମନୀଷା ମେରେଲ୍‌ କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର