ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ୪୯ତମ କେନ୍ଦ୍ରୀୟ ବିଦ୍ୟାଳୟ ସମୂହ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଖୋ ଖୋ ଏବଂ ଚେସ୍ରେ ଗୁରୁବାର ଓଡ଼ିଶାକୁ ସଫଳତା ମିଳିଛି। ୧୯ ବର୍ଷରୁ କମ୍ ଖୋ ଖୋ ପ୍ରତିଯୋଗିତାରେ ଭୁବନେଶ୍ୱର ପୁରୁଷ ଦଳ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି। ୧୪ ବର୍ଷରୁ କମ୍ ବାଳିକା ଚେସ୍ରେ ଭୁବନେଶ୍ୱରର ଅନୁଷ୍କା ମହାନ୍ତି ଏବଂ ବିଜୟଲକ୍ଷ୍ମୀ ବାରିକ ୪ ପଏଣ୍ଟ୍ ଲେଖାଏଁ ପାଇ ଚେନ୍ନାଇ ଶ୍ରୀଜା କେଏମ୍ ଓ ହାଇଦ୍ରାବାଦର ଅସ୍ମିତା ରେଡ୍ଡୀଙ୍କ ସହ ମିଳିତ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି।