ଜାତୀୟ ମାଷ୍ଟର୍ସ ସନ୍ତରଣରେ ଲକ୍ଷ୍ମୀଙ୍କୁ ରୌପ୍ୟ

ସମ୍ବଲପୁର: ପଞ୍ଚଦଶ ଜାତୀୟ ମାଷ୍ଟର୍ସ ସନ୍ତରଣ ପ୍ରତିଯୋଗିତା ବିଶାଖାପାଟଣାର ଆକ୍ବାସ୍ପୋର୍ଟସ୍‌ କ˚ପ୍ଲେକ୍ସରେ ଆରମ୍ଭ ହୋଇଛି। ୧୪ ତାରିଖ ଯାଏ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୨ ଜଣିଆ ଓଡ଼ିଶା ଦଳ ଭାଗ ନେଇଛି। ପ୍ରଥମ ଦିନ ଓଡ଼ିଶାକୁ ଗୋଟିଏ ରୌପ୍ୟ ପଦକ ମିିଳିଛି। ୪୫ ବର୍ଷରୁ ଊର୍ଧ୍ବ ପୁରୁଷ ବର୍ଗ ୫୦ ମିଟର ବ୍ରେଷ୍ଟ୍‌ଷ୍ଟ୍ରୋକ୍‌ରେ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ ଏହି ପଦକ ଜିତିଛନ୍ତି। ଏହି ଦଳରେ ଅନ୍ୟମାନଙ୍କ ମଧୢରେ ପ୍ରଦୀପ କୁମାର ପାଢ଼ୀ, ପ୍ରେମର˚ଜନ ପ୍ରଧାନ, ମଧୁସୂଦନ ଜେନା, ଜୟନ୍ତ ପାଣ୍ତେ, ଅନିଲ ବେରିହା, ରାଜେନ୍ଦ୍ର ତରିଆ, ସ˚ଜୀବ ପାଢ଼ୀ, ନାରାୟଣ ପଣ୍ତା, ଶିବ ନାରାୟଣ ଦାଶ, ସବିତା ତ୍ରିପାଠୀ ଏବ˚ ଶୁଭମ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର