ଜାତୀୟ ମୋଟର୍‌ ସାଇକେଲ୍‌ ରେସିଂରେ ଓଡ଼ିଶା ଦଳ

ଭୁବନେଶ୍ୱର: ଜୁନ୍‌ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ମୋଟରସାଇକେଲ ରେସିଂ ପ୍ରତିଯୋଗିତାରେ ପ୍ରଥମ ଥର ପାଇଁ ଓଡ଼ିଶାର ଏକ ପଞ୍ଜିକୃତ ଦଳ ଅଂଶ ଗ୍ରହଣ କରିବ। ଏଥିଲାଗି ଦ୍ରୁତଗତିରେ ପ୍ରସ୍ତୁତି ଚାଲିଥିଲା ବେଳେ ଟିମ୍‌ ଲଞ୍ଚ୍‌ ଭୁବନେଶ୍ୱରରେ ମେ ମାସରେ ହେବାର ଅଛି। ରାଜ୍ୟର ଏକମାତ୍ର ପେସାଦାର ମୋଟର ସାଇକେଲ୍‌ ରେସର ଉଦୀପ୍ତ କୁମାର ରଥ ଏଥିନେଇ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ପ୍ରତିଯୋଗିତା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଉଥିବା କେଟିଏମ୍‌ ୩୯୩ ବାଇକର ପ୍ରଥମ ପରୀକ୍ଷଣ ହୋଇ ସାରିଛି। କିଛି ଦିନ ମଧ୍ୟରେ ଦ୍ୱିତୀୟ ପରୀକ୍ଷଣ ହେବ ବୋଲି ଉଦୀପ୍ତ ପ୍ରକାଶ କରିଛନ୍ତି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜ୍ୟୋତି ଗ୍ରୁପ୍‌ ଉଦୀପ୍ତଙ୍କୁ ସହାୟତାର ହାତ ବଢ଼ାଇଛି।

ସମ୍ବନ୍ଧିତ ଖବର