ସର୍ବଭାରତୀୟ ପୁଲିସ୍‌ ହକିରେ ନିଶାନ ଅମ୍ପାୟାର

ଭୁବନେଶ୍ୱର: ପଞ୍ଜାବର ଜଳନ୍ଧରଠାରେ ଚଳିତ ମାସ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୬୭ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା ଲାଗି ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତି ଅମ୍ପାୟାର ନିଯୁକ୍ତ ହୋଇଛନ୍ତି। ନିକଟରେ ରାଞ୍ଚିରେ ଶେଷ ହୋଇଥିବା ଜାତୀୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତା (ଏ ଓ ବି) ଏବଂ ଭୋପାଳରେ ଆୟୋଜିତ ଜାତୀୟ କନିଷ୍ଠ ହକି ପ୍ରତିଯୋଗିତା (ଏ ଓ ବି)ରେ ଭଲ ଅମ୍ପାୟାରିଂ କରିଥିବାରୁ ନିଶାନଙ୍କୁ ଏହି ସୁଯୋଗ ମିଳିଛି। ଏହି ସଫଳତା ଲାଗି ନିଶାନଙ୍କୁ ହକି ଓଡ଼ିଶାର ସଂପାଦକ ପ୍ରତାପ କୁମାର ଶତପଥୀ ଅଭିନନ୍ଦନ ଜଣାଇଛନ୍ତି। ଏହା ପୂର୍ବରୁ ମଧ୍ୟ ନିଶାନ ଏକାଧିକ ଜାତୀୟ ହକି ପ୍ରତିଯୋଗିତାରେ ଅମ୍ପାୟାରିଂ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ସମ୍ବନ୍ଧିତ ଖବର