ସର୍ବଭାରତୀୟ ପୁଲିସ୍‌ ଜୁଡୋ କ୍ଲଷ୍ଟର୍‌ରେ ଓଡ଼ିଶାକୁ ୨ କାଂସ୍ୟ

କଟକ: ଦିଲ୍ଲୀରେ ଚାଲିଥିବା ଦ୍ୱିତୀୟ ସର୍ବଭାରତୀୟ ପୁଲିସ୍‌ ଜୁଡୋ କ୍ଲଷ୍ଟର୍‌ ପ୍ରତିଯୋଗିତାରେ ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ସିପାହୀ ବିମଳ ଥାପ୍ପା ଟାଏକୋଣ୍ଡୋରେ ତୃତୀୟ ସ୍ଥାନରେ ରହି କାଂସ୍ୟ ଜିତିଥିଲା ବେଳେ ମହିଳା ଉଷୁରେ ବର୍ଷା ନାଥ କାଂସ୍ୟ ପଦକ ପାଇଥିଲେ। ବିମଳ ଥାପ୍ପା ଏସ୍‌ଓଜିରେ ସିପାହୀ ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ଷା ନାଥ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀରେ କନଷ୍ଟେବଳ ଭାବେ କାର୍ଯ୍ୟରତ। ଉଭୟଙ୍କର ଏହି ସଫଳତା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ସତ୍ୟଜିତ ମହାନ୍ତି ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର