ଜାତୀୟ ରଗ୍‌ବି ସେଭେନ୍‌ସ ପାଇଁ ଓଡ଼ିଶା ଦଳର ପଞ୍ଜାବ ଯାତ୍ରା

ଭୁବନେଶ୍ୱର: ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଆସନ୍ତା ଶୁକ୍ରବାରଠୁ ଜାତୀୟ ରଗ୍‌ବି ସେଭେନ୍‌ସ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ମଙ୍ଗଳବାର ଚଣ୍ଡିଗଡ଼ ଯାତ୍ରା କରିଛନ୍ତି। ପୁରୁଷ ଦଳରେ ବିକ୍ରାନ୍ତ କୁମାର ରାଉତ (ଅଧିନାୟକ), ସୁଗୁଡ଼ା ମାଝୀ, ଅଲେଖ ମୁର୍ମୁ, ବିକାଶ ଚନ୍ଦ୍ର ମୁର୍ମୁ, ନିରଞ୍ଜନ ବିଶ୍ୱାଳ, ଶଶାଙ୍କ ଶେଖର ତ୍ରିପାଠୀ, ବୁଦ୍ଧଦେବ ପ୍ରଧାନ, ଲୋକନାଥ ମାଝୀ, ରତ୍ନାକର ହେମ୍ରମ୍‌ ଏବଂ ବିଭୁତିଭୂଷଣ ସେଠୀ ସ୍ଥାନ ପାଇଥିଲା ବେଳେ ମହିଳା ଦଳରେ ଲକ୍ଷ୍ମିପ୍ରିୟା ସାହୁ, ମୀରାରାଣୀ ହେମ୍ବ୍ରମ୍‌, ହୁପି ମାଝୀ (ଅଧିନାୟିକା), ଜେମାମଣୀ ନାଏକ, ମଞ୍ଜୁଲତା ପ୍ରଧାନ, ସରସ୍ୱତୀ ହାଁସ୍‌ଦା, ପାର୍ବତୀ କିସ୍‌କୁ, ରଜନୀ ଶବର, ପୂନମ୍‌ ସିଂହ, ସୁମିତ୍ରା ନାୟକ, ଭାଗ୍ୟଲକ୍ଷ୍ମୀ ବାରିକ୍‌ ଓ ଲିଜା ସର୍ଦାର ସାମିଲ ଅଛନ୍ତି। ମାନସ କୁମାର ଜେନା ଓ ଧୀରେନ୍‌ କୁମାର ରାଉତ ଉଭୟ ଦଳର ପ୍ରଶିକ୍ଷକ ଓ ସହକାରୀ ପ୍ରଶିକ୍ଷକ ରହିଛନ୍ତି।

ସମ୍ବନ୍ଧିତ ଖବର