ଜାତୀୟ ରଗ୍‌ବି ସେଭେନ୍‌ ‌ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ଶୁକ୍ରବାରଠୁ ବିହାରର ପାଟ୍‌ନାସ୍ଥିତ ପାଟିଳପୁତ୍ର ଷ୍ଟାଡିୟମରେ ଆୟୋଜିତ ହେବାକୁଥିବା ଜାତୀୟ ରଗ୍‌ବି ସେଭେନ୍‌ ପ୍ରତିଯୋଗିତା ଲାଗି ବୁଧବାର ଓଡ଼ିଶା (ପୁରୁଷ, ମହିଳା) ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତା ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନେ ଏସୀୟ ରଗ୍‌ବି ପ୍ରତିଯୋଗିତା ଲାଗି ହେବାକୁଥିବା ଜାତୀୟ ପ୍ରଶିକ୍ଷଣ ଶିବିରକୁ ମନୋନୀତ ହେବେ।
ପୁରୁଷ ଦଳ: ମୁନା ମୁର୍ମୁ, ନାରାୟଣ ସାହୁ, ସୁଶାନ୍ତ ବେହେରା, ବିକ୍ରାନ୍ତ କୁମାର ରାଉତ (ଅଧିନାୟକ), ବିଭୂତି ଭୂଷଣ ସେଠୀ, ରତ୍ନ‌ାକର ହେମ୍ବ୍ରମ, ଶାନୱାଜ ଅହମ୍ମଦ, ଶଶାଙ୍କ ଶେଖର ତ୍ରିପାଠୀ, ବଳରାମ ନାୟକ, ରାଜକିଶୋର ମୁର୍ମୁ, ସୁଗୁଧା ମାଝୀ, ସମୀର ମଲ୍ଲିକ।
ମହିଳା ଦଳ: ମଞ୍ଜୁଲତା ପ୍ରଧାନ, ପୂନମ ସିଂହ, ରଜନୀ ସବର, ସୋନି ମନ୍ଦାଙ୍ଗୀ, ପାର୍ବତୀ କିସ୍କୁ, ଜେମାମଣୀ ନାଏକ, ସୁମିତ୍ରା ନାୟକ, ହୁପି ମାଝୀ (ଅଧିନାୟିକା), ଦୁମୁନି ମାରାଣ୍ଡି, ତନୟା ସବର, ବାସନ୍ତୀ ପାଙ୍ଗୀ, ମମତା ପାତ୍ର।

ସମ୍ବନ୍ଧିତ ଖବର