ସର୍ବଭାରତୀୟ ରେଳବାଇ ସନ୍ତରଣରେ ପୂର୍ବତଟକୁ ୨ ପଦକ

ସମ୍ବଲପୁର: ଦକ୍ଷିଣ ପଶ୍ଚିମ ରେଳବାଇ ଆନୁକୂଲ୍ୟରେ ହୁବଲିଠାରେ ଚାଲିଥିବା ୫୯ତମ ସର୍ବଭାରତୀୟ ରେଳବାଇ ସନ୍ତରଣ ପ୍ରତିଯୋଗିତାରେ ପୂର୍ବତଟ ରେଳବାଇର ସାୟନ୍ତନ ସାତ୍ତ୍ୱିକଙ୍କୁ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ସାୟନ୍ତନ ବ୍ୟାକ୍‌ ଷ୍ଟ୍ରୋକ୍‌ ୧୦୦ ମିଟରରେ ରୌପ୍ୟ ଓ ୫୦ ମିଟର୍‌ରେ କାଂସ୍ୟ ପଦକ ଲାଭ କରିଛନ୍ତି। ଗତ ୧ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି।

ସମ୍ବନ୍ଧିତ ଖବର