ଜାତୀୟ ରୋଲ୍‌ ବଲ୍‌ ସ୍କେଟିଂ ଲାଗି ଓଡ଼ିଶା ଦଳ

ଭୁବନେଶ୍ୱର: ଜାତୀୟ ରୋଲ୍‌ ବଲ୍‌ ସ୍କେଟିଂ ଲାଗି ସୋମବାର ୧୪ ବର୍ଷରୁ କମ୍‌ ଓଡ଼ିଶା (ବାଳକ ଓ ବାଳିକା) ଦଳ ଘୋଷିତ ହୋଇଛି। ପୂର୍ବରୁ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ବାଳକ ଦଳ ଅଂଶଗ୍ରହଣ କରିଥିଲା ବେଳେ ଚଳିତ ବର୍ଷ ବାଳିକା ଦଳ ପଦାର୍ପଣ କରିବ। ଚଳିତ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁନେରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସୋମବାର ଏହି ଦୁଇ ଦଳକୁ ବିଦାୟ ସମ୍ବର୍ଧନା ଦିଆଯାଇଛି। ଏହି ଉତ୍ସବରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ବିଡିଏ ସଚିବ ଭବାନୀ ଶଙ୍କର ଚୟିନୀ, କର୍ପୋରେଟର ଦେବ ମଲ୍ଲିକ, ସୁରେନ୍ଦ୍ର କୁମାର ସ୍ୱାଇଁ, ଓଡ଼ିଶା ରୋଲ୍‌ ବଲ୍‌ ସଂଘର ସମ୍ପାଦକ ପାର୍ଥ ସାରଥୀ ଜେନା, ସଂଘର ସଦସ୍ୟ ମଳୟ ଦାସ, ସୌଦାମିନୀ ପାତ୍ର, ଶିବାନନ୍ଦ ତ୍ରିପାଠୀ, ଦୁଷ୍ମନ୍ତ ମହାପାତ୍ର ଏବଂ ସନ୍ତୋଷ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦଳର ସଫଳତା କାମନା କରିଥିଲେ।
ବାଳକ ଦଳ: ବ୍ୟାସଦେବ ମହାପାତ୍ର, ମନୀଷ ସାହାଣୀ, ଅରିନ୍ଦମ ସାମଲ, ପରମେଶ ମହାନ୍ତି, ଜୀବନ ଗଡ଼ନାୟକ, ପ୍ରୀତିଶ ଆର୍ଯ୍ୟନ୍‌ ଜେନା, ଶୁଭଙ୍କର ପି ଖିଲାର, ଅମିତ କୁମାର ସେଠୀ, ରୁଷି ସାମଲ, ଏସ୍‌ ପ୍ରୀତିଶ। ବାଳିକା ଦଳ: ବଂଶିକା ଟିକାକମଣୀ, ତନୁଶ୍ରୀ ଚୌଧୁରୀ, ସମୀଧା ବର୍ମା, ଜୈନାବ ନାଫିସ, ଆରାଧ୍ୟା ମଞ୍ଜରି ଦେବୀ, ପଲ୍ଲବୀ ସାହୁ, ରାଜଶ୍ରୀ ବେବର୍ତା।

ସମ୍ବନ୍ଧିତ ଖବର