ସର୍ବଭାରତୀୟ ମାନ୍ୟତା ଟେନିସ୍‌ରେ ଋତୁପର୍ଣ୍ଣାଙ୍କୁ ଟ୍ରଫି

ଭୁବନେଶ୍ୱର: ସର୍ବଭାରତୀୟ ବରିଷ୍ଠ ମାନ୍ୟତା ଟେନିସ୍‌ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ମହିଳା ଯୁଗଳରେ ଟ୍ରଫି କରାୟତ କରିଛନ୍ତି। କେରଳର ଆରତୀ ସାରା ସୁନିଲଙ୍କୁ ସାଥୀ କରି ଖେଳୁଥିବା ଋତୁପର୍ଣ୍ଣା ରବିବାର ମହିଳା ଯୁଗଳ ଫାଇନାଲ୍‌ରେ ୨୧-୧୦, ୨୧-୧୨ରେ ସିମ୍ରନ୍‌ ସିଙ୍ଘୀ ଓ ରିତିକା ଠାକର୍‌ଙ୍କୁ ପରାସ୍ତ କରିଥିଲେ। ବେଙ୍ଗାଲୁରୁରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା-କେରଳ ଯୋଡ଼ି ୩୨ ମିନିଟ୍‌ରେ ମହାରାଷ୍ଟ୍ର ଯୋଡ଼ି ସିମ୍ରନ୍‌ ଓ ରିତିକାଙ୍କୁ ମାତ୍‌ ଦେଇ ଟ୍ରଫି କରାୟତ କରିଥିଲେ।

ସମ୍ବନ୍ଧିତ ଖବର