ଜାତୀୟ ବିଦ୍ୟାଳୟ ଦୌଡ଼କୁଦ ପାଇଁ ଓଡ଼ିଶା ଦଳର ହରିୟାଣା ଯାତ୍ରା

ଫୁଲନଖରା: ଆସନ୍ତା ୮ତାରିଖରୁ ରୋହତକରେ ଅନୁଷ୍ଠିତ ହେବାକୁ ଥିବା ୧୪ ବର୍ଷରୁ କମ ଜାତୀୟ ବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ୧୧ ଜଣିଆ ଓଡ଼ିଶା ଦଳ ହରିୟାଣାର ଯାତ୍ରା କରିଛି। ଦଳ ସହିତ ପ୍ରଶିକ୍ଷକ ଅଜୟ କୁମାର ପ୍ରଧାନ, ପ୍ରଶିକ୍ଷିକା ମୋନାଲିସା ରାଉତ ଓ ପ୍ରବନ୍ଧକ ପ୍ରଶାନ୍ତ କୁମାର ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ପାଇଁ ସଦର ବ୍ଲକ ସାଶୋଳସ୍ଥିତ ଅଭିରାମ ପରମହ˚ସ ବିଦ୍ୟାପୀଠରେ ଗତ ୧ ତାରିଖରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ ପ୍ରଧାନ ଶିକ୍ଷୟିତ୍ରୀ ଚାରୁବାଳା ସେନାପତି, ଆନନ୍ଦଚନ୍ଦ୍ର ବେହେରା, ରମଣୀରଞ୍ଜନ ତ୍ରିପାଠୀ, ରାଜକିଶୋର ମିଶ୍ର, ତପସ୍ବିନୀ ଆଚାର୍ଯ୍ୟ, ପ୍ରସନ୍ନ କୁମାର ଜେନା, ଗୌତମ ଚରଣ ବେହେରା, ଧୀରେନ୍ଦ୍ର କୁମାର ସାମନ୍ତରାୟ, ବିଚିତ୍ରାନନ୍ଦ ଖଟୁଆ, ରବିନ୍ଦ୍ର କୁମାର ବାରିକ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଶାରୀରିକ ଶିକ୍ଷା ବିଭାଗର ଅତିରିକ୍ତ ନିର୍ଦ୍ଦେଶିକା ଲକ୍ଷ୍ମୀପ୍ରିୟା ଦେଈ ଉପସ୍ଥିତ ରହି ସମସ୍ତ ଖେଳାଳିଙ୍କୁ ବିଦାୟ ଜଣାଇବା ସହିତ ସେମାନଙ୍କ ସଫଳତା କାମନା କରିଥିଲେ।

ସମ୍ବନ୍ଧିତ ଖବର