ଜାତୀୟ ସ୍ନୁକର: ସୁବ୍ରତଙ୍କ ଉପରେ ଆଶା

ଭୁବନେଶ୍ବର: ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ଜାତୀୟ ବରିଷ୍ଠ ସ୍ନୁକର ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ଓଡ଼ିଶା ଖେଳାଳି ସୁବ୍ରତ ଦାସ ଦେଶର ଉଚ୍ଚମାନ୍ୟତାପ୍ରାପ୍ତ (ଶୀର୍ଷ-୧୬) ଖେଳାଳି ପଞ୍ଜାବର ଧୃବ ବର୍ମାଙ୍କୁ ୪-୧ରେ ହରାଇ ପ୍ରି-କ୍ବାର୍ଟର ଫାଇନାଲ୍ ପହଞ୍ଚିବା ଆଶା ଉଜ୍ଜୀବିତ କରିଛନ୍ତି। ସୋମବାର ନିଜର ପ୍ରଥମ ମ୍ୟାଚ୍‌ରେ ତେଲେଙ୍ଗାନାର ହିମାଂଶୁ ଜୈନଙ୍କଠାରୁ ୦-୪ରେ ହାରିଥିଲେ ମଧ୍ୟ ସୁବ୍ରତ ମଙ୍ଗଳବାର ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ। ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଆଶୁତୋଷ ପାଢ଼ୀ ରେଳବାଇର ରଫାତ ହବିବଙ୍କଠାରୁ ହାରିଯିବା ପରେ ପରବର୍ତୀ ପର୍ଯ୍ୟାୟକୁ ଯିବା ନେଇ କଠିନ ପରିସ୍ଥିତିରେ ପଡ଼ିଛନ୍ତି। ପୂର୍ବରୁ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟରୁ ଆକାଶ ମହାପାତ୍ର, ଡାକ୍ତର ରାକେଶ ରୋଶନ ପ୍ରଧାନ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର