କଟକ: ମଣିପୁରର ଇମ୍ଫାଲରେ ଶେଷ ହୋଇଥିବା ଜାତୀୟ ବରିଷ୍ଠ ପୂର୍ବାଞ୍ଚଳ ସଫ୍ଟବଲ ପ୍ରତିଯୋଗିତାରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ବିଜେତା ହୋଇଛନ୍ତି। ଓଡ଼ିଶା ପୁରୁଷ ଦଳ ବିହାରକୁ ୧୦-୦, ଅରୁଣାଚଳ ପ୍ରଦେଶକୁ ୧୨-୦ ଓ ନାଗାଲାଣ୍ତକୁ ୮-୦ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲା। ଫାଇନାଲ୍ରେ ମଣିପୁରକୁ ୭-୦ରେ ପରାସ୍ତ କରି ଓଡ଼ିଶା ବିଜେତା ହୋଇଥିଲା। ସେହିପରି ଓଡ଼ିଶା ମହିଳା ଦଳ ଅରୁଣାଚଳ ପ୍ରଦେଶକୁ ୧୦-୦, ମଣିପୁରକୁ ୧୦-୦ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା। ଫାଇନାଲ୍ରେ ଓଡ଼ିଶା ୫-୦ରେ ପଶ୍ଚିମବଙ୍ଗକୁ ପରାଜିତ କରିବା ସହ ଟ୍ରଫି ହାସଲ କରିଥିଲା। ଓଡ଼ିଶାର ଉଭୟ ଦଳର ଏହି ସଫଳତା ପାଇଁ ଓଡ଼ିଶା ସଫ୍ଟବଲ୍ ସ˚ଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଓ ପ୍ରଶିକ୍ଷକ ଜିତେନ୍ଦ୍ର ମହାନ୍ତି ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।