ଜାତୀୟ ସଫ୍ଟ ଟେନିସ୍‌ରେ ଓଡ଼ିଶା ମହିଳାଙ୍କୁ କାଂସ୍ୟ

ଭୁବନେଶ୍ବର: ମୋଟ ୨୪ ରାଜ୍ୟକୁ ନେଇ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ୧୬ତମ ଜାତୀୟ ସଫ୍ଟଟେନିସ୍‌ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ କାଂସ୍ୟ ପଦକ ଜିତିଛି। ଓଡ଼ିଶା ଯଥାକ୍ରମେ ସମାନ ୨-୦ ବ୍ୟବଧାନରେ ଗୋଆ, ପଞ୍ଜାବ, ଆନ୍ଧ୍ରପ୍ରଦେଶକୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। ସେମିଫାଇନାଲ୍‌ରେ ୧-୨ରେ ଆୟୋଜକ ଉତ୍ତର ପ୍ରଦେଶଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲା। ‌କାଂସ୍ୟ ବିଜେତା ଦଳରେ କରିସ୍ମା କିଷାନ, ଆନମ ଅଲ୍‌ମମସ୍‌, କୁମାରୀ ହିମାରିକା, ମୋନାଲିସା ନାୟକ, ଚୂଡ଼ାମଣୀ ସୋରେନ୍‌, ଅମିଷା ମିଞ୍ଜ, ଗୌରୀରାଣୀ ମୁଣ୍ଡା, ଅନୁସିୟା ବାରିକ, ମହମ୍ମଦ ଆଜମ (ପ୍ରଶିକ୍ଷକ), ଜ୍ୟୋତ୍ସ୍ନା ରାୟ (ପ୍ରବନ୍ଧକ) ରହିଥିଲେ। ସଫଳତା ଲାଗି ଦଳକୁ ଓଡ଼ିଶା ସଫ୍ଟଟେନିସ ସଂଘର ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟ ପୃଷ୍ଠପୋଷକ ‌ମନୋରଂଜନ ମହାନ୍ତି, ଅଧ୍ୟକ୍ଷ ରଂଜନ କୁମାର ନନ୍ଦ, କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ, ଉପସଭାପତି ଦିଲ୍ଲୀପ କୁମାର ମହାନ୍ତି, ରମେଶ ଚନ୍ଦ୍ର ଦାସ, କିସ୍‌ର ଉପକ୍ରୀଡ଼ା ନିର୍ଦେଶକ ରୁଦ୍ରକେଶ ଜେନା, କ୍ରୀଡ଼ା ସଂଗଠକ ନବରଂଜନ ପଟ୍ଟନାୟକ, ରିଣ୍ଟୁ ମିତ୍ର ଏବଂ କୃଷ୍ଣ ଚରଣ ପଣ୍ଡା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର