ଜାତୀୟ ଉପ କନିଷ୍ଠ ଟିଟି ପାଇଁ ଓଡ଼ିଶା ଦଳ

କଟକ: ଗୋଆର ଏସ୍‌ପି ମୁଖାର୍ଜୀ ଇନ୍‌ଡୋର୍‌ ଷ୍ଟାଡିୟମରେ ୭୯ତମ ଜାତୀୟ କ୍ୟାଡେଟ୍‌ ଓ ଉପ କନିଷ୍ଠ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଡିସେମ୍ବର ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପାଇଁ ଓଡ଼ିଶା ବାଳକ ଓ ବାଳିକା ଦଳର ଘୋଷଣା କରାଯାଇଛି। ଓଡ଼ିଶା ଦଳ ସହିତ ପ୍ରଶିକ୍ଷକ ଭାବେ ରାଜ୍‌ ସୁବ୍ରମଣ୍ୟମ୍‌, ସହକାରୀ ପ୍ରଶିକ୍ଷକ ଜିତୁ ପଣ୍ଡା ଓ ପ୍ରବନ୍ଧକ ଭାବେ ଏସ୍‌ ସୁନ୍‌ମୁଗପ୍ରିୟା ଗୋଆ ଗ୍ରସ୍ତ କରିବେ। ଓଡ଼ିଶା ଦଳ ମଙ୍ଗଳବାର ଗୋଆ ଅଭିମୁଖେ ଯାତ୍ରା ଆରମ୍ଭ କରିବ ବୋଲି ରାଜ୍ୟ ଟେବୁଲ ଟେନିସ୍‌ ସଂଘ ସଂପାଦକ ରବୀନ୍ଦ୍ର କୁମାର ପରିଡ଼ା ଜଣାଇଛନ୍ତି।
ବାଳକ ଦଳ: ସାହିଲ୍‌ ଏସ୍‌ ଭୂୟାଁ, ମୋହିତ ବେହୁରାୟ, ଅବିନାଶ ତ୍ରିପାଠୀ, ସାସ୍ୱତ ବଳ, ଆର୍ଯ୍ୟାନ୍‌ ଏମ୍‌ ଖାନ୍‌, ଆୟୁଷ ମହାନ୍ତି, ଆର୍ଚ୍ଚିତ କୁମାର ବେହେରା, ଜିଜ୍ଞାସୁ ସାହୁ। ବାଳିକା ଦଳ: ଶ୍ୱେତପଦ୍ମା ଦଳାଇ, ନନ୍ଦିନୀ ବିଶ୍ୱାଳ, ସିକ୍ରିତି ଭଗତ, ବୈଶାଖୀ ବଳ, ସୋହାଲିକା ସୋଧାବରମ୍‌, ସାନିଆ ମିଶ୍ର, ସୌମ୍ୟଜ୍ୟୋତି ଦାସ।

ସମ୍ବନ୍ଧିତ ଖବର