ଜାତୀୟ ଟାଏକୋଣ୍ଡୋ ଲାଗି ଓଡ଼ିଶା ଦଳର କେରଳ ଯାତ୍ରା

ଭୁବନେଶ୍ୱର: ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଲାଗି ଓଡ଼ିଶା ଟାଏକୋଣ୍ଡୋ ମହାସଂଘର ସମ୍ପାଦକ ପ୍ରଭାତ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନ୩୨ ଜଣିଆ ଓଡ଼ିଶା ଦଳ ରବିବାର କେରଳ ଗସ୍ତ କରିଛି। ଏହି ପ୍ରତିଯୋଗିତା ଚଳିତ ମାସ ୨୭ରୁ ୨୯ ତାରିଖ ପଯ୍ୟନ୍ତ କେରଳର ପାୟାନୁରୁରେ ଅନୁଷ୍ଠିତ ହେବ। ପ୍ରଶିକ୍ଷକ ରମେଶ ଚନ୍ଦ୍ର ପୃଷ୍ଟି, ଅଧିକାରୀ ଉମାକାନ୍ତ ସ୍ୱାଇଁ, ରାଜେନ୍ଦ୍ର ବେହେରା, କୈଳାସ ବାରିକ, ସୁଭାସ ଶେଖର ସ୍ୱାଇଁ ଏବଂ ପ୍ରବନ୍ଧକ କେଦାର ଚରଣ ସ୍ୱାଇଁ ମଧ୍ୟ ଯାତ୍ରା କରିଛନ୍ତି।
ଦଳ: ତରୁଣ କୁମାର ସାହୁ, ସ୍ୱାଗତ ସମ୍ଭବ ଜେନା, ରୋହିତ ଜାନି, ଶିବାନୀ ମଲ୍ଲିକ, କିରଣ ବାଳା ବିଶ୍ୱାଳ, ଅବ୍‌ଦୁଲ ଖାଲିଦ, କିରଣ ଦଳାଇ, ସ୍ମୃତିସୁଧା ପାଣି, ଦୁଶ୍ରାଭରାନ୍‌ ପରବିନ୍‌, ମନୋଜ କୁମାର ସାହୁ, ଓମ୍‌ ସାଇ ନାୟକ, ଏସାର ନାୟକ, ଶକ୍ତିବତ ନାୟକ, ବିନିତ ନାୟକ, ବିଶ୍ୱରାଜ ନାୟକ, ପ୍ରତୀକ ପ୍ରିୟଦର୍ଶନ, ରିନାଜ୍‌ ଆଶା ପରବିନ୍‌।

ସମ୍ବନ୍ଧିତ ଖବର