ଜାତୀୟ ଟେନିସ୍ ବଲ୍ କ୍ରିକେଟ୍, ସେମିଫାଇନାଲରେ ଓଡ଼ିଶା

ଭୁବନେଶ୍ବର: ମହାରାଷ୍ଟ୍ରର ନାଗପୁରଠାରେ ଚାଲିଥିବା ୩୨ତମ ଜାତୀୟ ଉପକନିଷ୍ଠ ଟେନିସ୍ ବଲ୍ କ୍ରିକେଟ୍‌ରେ ଓଡ଼ିଶା ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିି ପ୍ରି-କ୍ବାର୍ଟର ଏବଂ କ୍ବାର୍ଟରରେ ବିଜୟୀ ହୋଇ ଓଡ଼ିଶା ଦଳ ଏହି ସଫଳତା ଲାଭ କରିଛି। ଆଜିର ପ୍ରି-କ୍ବାର୍ଟର ଫାଇନାଲ୍ ମୁକାବିଲାରେ ଦିଲ୍ଲୀକୁ ଓଡ଼ିଶା ୫ ୱିକେଟ୍‌ରେ ପରାସ୍ତ କରିଥିଲା। ଦିଲ୍ଲୀ ଓଡ଼ିଶାକୁ ୫୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଓଡ଼ିଶା ୮.୫ ଓଭରରେ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଏସ୍ ସତୀଶ ରାଓ ୨୮* ଏବଂ ଦ୍ରୁତ ସାହୁ ୧୮ ରନ୍ କରିଥିଲେ। ସତୀଶ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିଭଳି କ୍ବାର୍ଟର ଫାଇନାଲରେ ଓଡ଼ିଶା ୧୦ ରନ୍‌ରେ ହରାଇ ଦେଇଥିଲା। ଏହି ମ୍ୟାଚ୍‌ରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୦ ଓଭରରେ ୬ ୱିକେଟ୍‌ ହରାଇ ୬୦ ରନ୍ କରିଥିଲା। ସତୀଶ ରାଓ ୩୫ ଏବଂ ଦ୍ରୁତ ସାହୁ ୨୦ ରନ୍ କରିଥିଲେ। ଜବାବରେ ଜମ୍ମୁ କଶ୍ମିର ୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୬୦ ରନ୍ କରିଥିଲା। ସତୀଶ ୩ ଏବଂ ସମ୍ବିତ ଓ ଦିବ୍ୟ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଦ୍ରୁତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ଶୁକ୍ରବାର ସେମିଫାଇନାଲରେ ବିହାରକୁ ଭେଟିବ।

ସମ୍ବନ୍ଧିତ ଖବର