ଜାତୀୟ ଟେନିସ୍ ବଲ୍ କ୍ରିକେଟ୍ ପ‌ାଇଁ ଓଡ଼ିଶା ଦଳ

ଭୁବ‌େନଶ୍ବର: ମହାରାଷ୍ଟ୍ରର ନାଗପୁରଠାରେ ଆୟୋଜିତ ହେଉଥିବା ଜାତୀୟ ଉପ କନିଷ୍ଠ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ୧୫ ଜଣିଆ ଓଡ଼ିଶା ଦଳ ସେଠାକୁ ଯାତ୍ରା କରିଛି। ଏହି ପ୍ରତିଯୋଗିତାରେ ସାରା ଭାରତର ୧୮ ଦଳ ଅଂଶ ଗ୍ରହଣ କରୁଛନ୍ତି। ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ଅଧକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥିଲ କୁମାର ପଣ୍ଡା, ଉପ ସମ୍ପାଦକ ସୋମନାଥ ପରିଡ଼ା, ପ୍ରଶିକ୍ଷକ ଚକ୍ରଧର ମାଝୀ ଓଡ଼ିଶା ଖେଳାଳିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଦଳ: ରାହୁଲ ସୁଖୀ, ସମ୍ବିତ କୁମାର ସାମଲ, ଦ୍ରୁତ ସାହୁ (ଅଧିନାୟକ), ଶ୍ରୀମନ୍ତ ସାହୁ, ତୁଷାର ମହାକୁଡ଼, ଏମ୍ ସତିଶ କୁମାର ରାଓ (ଉପଅଧିନାୟକ), କୁମାର ହଂସରାଜ, ଶୁଭମ ସାହୁ, ଦୀପକ ଦାସ, ଏସ୍ ରାଧାଶ୍ୟାମ ମାତ୍ର, ଅଭିଷେକ ପଟ୍ଟନାୟକ, ପ୍ରିୟଦର୍ଶନ ପାତ୍ର, ଏସ୍ ପ୍ରିୟାଂଶୁ, ଦିବ୍ୟପ୍ରକାଶ ସାହୁ, ଶ୍ରବଣ କୁମାର ଦିଗଲ। ରଞ୍ଜନ କୁମାର ନାୟକ (ପ୍ରବନ୍ଧକ)।

ସମ୍ବନ୍ଧିତ ଖବର