ଜାତୀୟ ଟେନିସ୍‌ କ୍ରିକେଟ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ଚତୁର୍ଥ ଜାତୀୟ କନିଷ୍ଠ ଟେନିସ୍‌ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଗୁରୁବାର ୧୭ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତା ଚଳିତ ମାସ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମଥୁରାଠାରେ ଅନୁଷ୍ଠିତ ହେବାକୁ ଥିଲାବେଳେ ଗୁରୁବାର ଓଡ଼ିଶା ଦଳ ସେଠାକୁ ଯାତ୍ରା କରିଛି। ଖେଳାଳି ଚୟନ ଲାଗି ନହରକଣ୍ଟାସ୍ଥିତ ଜୟଦେବ ମହାବିଦ୍ୟାଳୟଠାରେ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୮୦ ଖେଳାଳି ଭାଗ ନେଇଥିଲା ବେଳେ ୧୭ ଜଣଙ୍କୁ ଚୟନ କରାଯାଇଥିଲା। ଖେଳାଳିମାନଙ୍କୁ ଜୟଦେବ କଲେଜର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ଦାସ, ଓଡ଼ିଶା ସଂଘର ସଭାପତି ଅବିନାଶ ସାହୁ, ଉପସଭାପତି ଦୀପକ ହଂସ, ମହମ୍ମଦ ଆଜାମ, ସାଧାରଣ ସମ୍ପାଦକ ରିଣ୍ଟୁ ମିତ୍ର, କୋଷାଧ୍ୟକ୍ଷ ରାଗିଣୀ ମିତ୍ର ଏବଂ ସମସ୍ତ କର୍ମକର୍ତ୍ତା ଶୁଭକ‌ାମନା ଜଣାଇଛନ୍ତି।

ଓଡ଼ିଶା ଦଳ: ବିଶାଲ ବିଶ୍ବଜିତ (ଅଧିନାୟକ), ପ୍ରସାଦ ଖୁଣ୍ଟିଆ, ବିକ୍ରମ କୁମାର ଦାସ, ଜଗମୋହନ ସ୍ବାଇଁ, ସ୍ମୃତି ଚନ୍ଦନ ଦାସ, ପରମେଶ୍ବର ଦାସ, ବଣ୍ଟି ସାମନ୍ତରାୟ, ଶ୍ରୀମନ୍ତ ସାହୁ, ପବିତ୍ର ଜାଲି, କରଣ ନାୟକ, ହିତେଶ ରାଉତ, ଅନସର ବେଗ, ଅଜିତ ଦାସ, ବଳଦେବ ସାହୁ, ସତ୍ୟରଂଜନ ଭୂୟାଁ, କିଶୋର ନାୟକ, ଜ୍ଞାନରଂଜନ ସାମଲ, ବାସୁଦେବ ଓଝା (ପ୍ରବନ୍ଧକ) ଓ ଏମ୍‌ ରାଜା (ପ୍ରଶିକ୍ଷକ)।

ସମ୍ବନ୍ଧିତ ଖବର