ଜାତୀୟ ଉପକନିଷ୍ଠ ଥ୍ରୋ ବଲ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ଶନିବାରଠୁ ତେଲେଙ୍ଗାନାରେ ଆୟୋଜିତ ହେବାକୁଥିବା ଜାତୀୟ ଉପକନିଷ୍ଠ ଥ୍ରୋବଲ୍‌ ପ୍ରତିଯୋଗିତା ଲାଗି ବୁଧବାର ଓଡ଼ିଶା ( ୧୪ ବାଳକ, ୧୪ ବାଳିକା) ଦଳ ‌ଘୋଷିତ ହୋଇଛି। ଏହି ଦଳ ଗୁରୁବାର‌ ସେଠାକୁ ଗସ୍ତ କରିବ ବୋଲି ଓଡ଼ିଶା ଥ୍ରୋ ବଲ୍‌ ସଂଘର ସହସମ୍ପାଦକ ଯଶୋବନ୍ତ ପରମଗୁରୁ ଜଣାଇଛନ୍ତି। ଖେଳାଳିମାନଙ୍କ ସହ ପ୍ରଶିକ୍ଷକ ସୁଧାସିନ୍ଧୁ ସାହୁ (ବ‌ାଳିକା), ଏସ୍ ଜଗା ରେଡ୍ଡୀ (ବାଳକ) ଓ ପ୍ରବନ୍ଧକ ସତୀକାନ୍ତ ପଟ୍ଟନାୟକ ଏବଂ ସଂଘର ସମ୍ପାଦକ ଜିତେନ୍ଦ୍ର ନାଥ ଦାସ ଏହି ଗସ୍ତରେ ଯିବେ। ଓଡ଼ିଶା ଥ୍ରୋ ବଲ୍‌ ସଂଘର ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ଦାସ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବାଳିକା ଦଳ: ପ୍ରୀତିଶ୍ରୀ ଦଳବେହେରା, ଚିନ୍ମୟୀ ସାହୁ, ପ୍ରିୟଙ୍କା ବାରିକ, ଚିନ୍ମୟୀ ସାହ, ରୂପାଲୀ ଭୋଇ, ପ୍ରୀତିନା ରାଉତରାୟ, ପ୍ରିୟା ଓରାମ, ନିଶା ମୁଦୁଲି, ରୁବିନା ଖୁଣ୍ଟିଆ, ରାମୟସୀ ସୁନିଲିନା, ବଂଶିକା ଜୈନ୍‌, ଶ୍ରଦ୍ଧାଞ୍ଜଳି ଗୁନୁ, ମଧୁମୋୟନ୍ତୀ, ଅର୍ପିତା ଦାସ।
ବାଳକ ଦଳ: ଆର୍‌ ସନ୍ତୋଷ ରେଡ୍ଡୀ, ମନୋଜ କୁମାର ସାହୁ, ରୁଦ୍ର ଚରଣ ଢାଲି, ପ୍ରିୟାଂଶୁ ମହାରଥୀ, ଏସ୍‌କେ ସୋଏବ୍‌ ବକାସ, ଲୋକନାଥ ପ୍ରଧାନ, ବବୁଲୁ ବେହେରା, ଜ୍ଞାନ ରଂଜନ ସ୍ବାଇଁ, ଦେବଙ୍କ ନାୟକ, ସୋମନାଥ କାଠୁଆ, ବିଶ୍ବନାଥ ପଲାଇ, ସୁଶାନ୍ତ କୁମାର ଦାସ, ଚୌଧୁରୀ ସାଶ୍ବତ ମହାନ୍ତି, ଆର୍ଯ୍ୟମାନ କର।

ସମ୍ବନ୍ଧିତ ଖବର