ଜାତୀୟ ୟୁନିଫାଏଡ୍‌ ମହିଳା ଫୁଟ୍‌ବଲ୍‌:ପଶ୍ଚିମବଙ୍ଗ ବିଜେତା

ଭୁବନେଶ୍ବର: ସ୍ପେସାଲ ଅଲିମ୍ପିକ୍ସ ଭାରତ-ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଜାତୀୟ ୟୁନିଫାଏଡ୍‌ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ପଶ୍ଚିମବଙ୍ଗ ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍‌ରେ ପଶ୍ଚିମବଙ୍ଗ ୩-୨ ‌ଗୋଲ୍‌ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଥିଲା। ପୂର୍ବରୁ ସେମିଫାଇନାଲ୍‌ରେ ପଶ୍ଚିମବଙ୍ଗ ୪-୦ ଗୋଲ୍‌ରେ ପୁଡ଼ୁଚେରୀକୁ ଏବଂ ଆନ୍ଧ୍ରପ୍ରଦେଶ ୧-୦ରେ ଓଡ଼ିଶାକୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ପ୍ରଫୁଲ୍ଳ ମିଶ୍ର, ବିରଞ୍ଚି ମହାନ୍ତି, ବିଆର୍‌ଏମ୍‌ଏସ୍‌ଏଚ୍‌ଏର ଉପସଭାପତି ପ୍ରଦୀପ୍ତ ରଥ, ପିଆଲି ମହାପାତ୍ର ଏବଂ ପ୍ରକାଶ ରଥ ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର