ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା କିଟ୍‌, ଉତ୍କଳ, ବ୍ରହ୍ମପୁର ହାରିଲେ

ଭୁବନେଶ୍ୱର: କିଟ୍‌ ପରିସରରେ ଚାଲିଥିବା ଜାତୀୟ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଗୁରୁବାର ଓଡ଼ିଶାର ତିନି ବିଶ୍ୱବିଦ୍ୟାଳୟ ପରାଜୟ ବରଣ କରିଛନ୍ତି। ବାସ୍କେଟ୍‌ବଲ୍‌ରେ କିଟ୍‌ ୬୧-୭୦ରେ କେରଳଠୁ ଏବଂ ଉତ୍କଳ ୬୩-୯୧ରେ ମାଡ୍ରାସ୍‌ଠୁ ହାରିଥିଲା ବେଳେ ପୂର୍ବାଞ୍ଚଳ କ୍ରିକେଟ୍‌ରେ ବ୍ରହ୍ମପୁର ୮ ଓ୍ଵିକେଟ୍‌ରେ ବିଳାଶପୁର ନିକଟରୁ ପରାସ୍ତ ହୋଇଛି। ତୀରନ୍ଦାଜୀରେ ଇଣ୍ଡିଆନ୍‌ ରାଉଣ୍ଡ୍‌, ବ୍ୟକ୍ତଗତ ଅଲିମ୍ପିକ୍‌ କମ୍ପାଉଣ୍ଡ ରାଉଣ୍ଡ ଶେଷ ହୋଇଥିଲା ବେଳେ ଆସନ୍ତାକାଲିଠାରୁ ରିକର୍ଭ ବ୍ୟକ୍ତିଗତ, କମ୍ପାଉଣ୍ଡ ବ୍ୟକ୍ତିଗତ ଓ ମିଶ୍ରିତ ଦଳଗତ ରାଉଣ୍ଡ୍‌ ଆରମ୍ଭ ହେବ। ଗୁରୁବାର ବାସ୍କେଟବଲ୍‌ରେ ପଞ୍ଜାବ, କ୍ରିକେଟ୍‌ରେ ଏମ୍‌ଜି କାଶୀ ବିଦ୍ୟାପୀଠ, କୋଲ୍‌କାତା, ବିନେବା ଭାବେ ଏବଂ ଏଲ୍‌ଏନ୍‌ ମିଥିଲା ବିଶ୍ୱବିଦ୍ୟାଳୟ ବିଜୟ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର